ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର

0 486

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) ଯୋଗଦେଇଥିଲେ ୨ମାସ ତଳେ ।କିନ୍ତୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ।ବାରଙ୍ଗ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀ ବୋଲାଉଥିବା ସୁକାନ୍ତ ମୁଦୁଲିନାମକ ବ୍ୟକ୍ତଙ୍କଠାରୁ ।୧ଲକ୍ଷ୭ହାଜରେ ଟଙ୍କା ନେଇ ଯାଉଥିବାବେଳେ କଟକଭିଜିଲାନ୍ସ ହାତରେ ଧରାପଡିଥିଲେ ।ନେଉଥିବା ଟଙ୍କାର ସଠିକ ହିସାବ ଦେଖାଇପାରିନଥିବାରୁ ଉକ୍ତଟଙ୍କାକୁ ଭିଜିଲାନ୍ସ ଜବତ କରିଥିୃଲେ ।
ପ୍ରକାସ ଯେ,ମଙ୍ଗଳବାର ଅପରାହ୍ନରେ ବାଲିଘାଟ ନିଲାମଧାରୀଙ୍କ ମୁଖ୍ୟ ସହଯୋଗୀଙ୍କଠାରୁ ୧ଲକ୍ଷ୭ହାଜରେ ଟଙ୍କା ନେଇ ତାଙ୍କ ଗାଡିଯୋଗେ ଘର ଅଭିମୁଖେ ଫେରୁଥିଲେ ।ଏହିସମୟରେ କଟକ ଭିଜିଲାନ୍ସ ର ଏକ ଟିମ୍ କାର୍ଯ୍ୟାଳୟଠାରୁ ଅଲ୍ପଦୁରରେ ବାରଙ୍ଗ ମୁଖ୍ୟରାସ୍ତାରେ ତାଙ୍କ ଗାଡିକୁ ରୋକିବା ସହ ଉକ୍ତ ଟଙ୍କାକୁ ଜବତ କରିଥିବା ବେଳେ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି। ।ତେବେ ଗତ ଦୁଇମାସ ହେବ ବାରଙ୍ଗରେ ନୁଆ ତହସିଲଦାର ଯୋଗଦେବାପରେ ଚୋରବେପାରୀ ତଥା ମାଫିଆମାନଙ୍କର ଖୋଲାମଖୋଲା ବ୍ୟବସାୟ ଚାଲିଥିଲା ।ନିବିଘ୍ନରେ ଦିନଦ୍ୱିହିପହରରେ ବରଦାନ ପାଇଲାଭଳି ବାରଙ୍ଗରୁ ବାଲି,ମୋରମ, ମାଟି,ମାଙ୍କଡାପଥର ଲଦା ଯାଇଥିବା ଶହଶହ ଗାଡି କଟକଭୁବନେଶ୍ୱର ସହ ଅନ୍ୟଆଡେ ଚୋରାଚଳଣ ହେଉଥିବାର ଦେଖିବାକୁ ମିଳିଥିଲା ।ନାୟକ ବାରଙ୍ଗ ରେ ତହସିଲଦାର ଭାବେ ଯୋଗଦାନ କରିବା ଦୁଇ ମାସ ନ ପୁରୁଣୁ  ଏଭଳି କାରନାମା କୁ ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି। ପୂର୍ବରୁ ସେ କନ୍ଧମାଳ ଜି ଉଦୟଗିରି ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.