ସରିଲା ବୈଠକ ,ଲାଗୁହେବ ୧୪୪

ସାକ୍ଷୀଗୋପାଳ,୧୦/୧୧(ଏସଏସନିୟୁଜ)କୋଭିଡ ପାଇଁ ସବୁକିଛା ଫିକା ପଡିଯାଇଛି ।ଯଦିଓ ସଂକ୍ରାମଣ ହାର ହ୍ରାସ ପାଇଛି ତଥାପି ଗୋଷ୍ଠିସଂକ୍ରାମଣର ଆଶଙ୍କା ନେଇ ପ୍ରଶାସନ ପକ୍ଷରୁ ପର୍ବପର୍ବାଣିମାନଙ୍କରେ କଟକଣା ଲଗାଉଛନ୍ତି ।ଏବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ପର୍ବ ପାଇଁ ଲାଗୁହେବ କଟକଣା ।ଏଥର ଭକ୍ତମାନେ ଦର୍ଶନରୁ ବଂଚିତ ହେବେ ।ଅଂଳାନବମୀକୁ ସୁଚାରୁରୁପେ ସମ୍ପନ୍ନ କରିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ଯ୍ରାତ୍ରୀ ନିବାସ ପରିସରରେ ଶେଷ ପ୍ରସ୍ତୁତି ବୈଠକ ସରିଛି । କୋଭିଡ ଗାଇଡି ଲାଇନକୁ ଅନୁପାଳନ କରି ଠାକୁରଙ୍କ ନୀତିକାନ୍ତି ସଠିକ ସମୟରେ କରାଯିବ ଓ ଅନ୍ୟପଟେ ସେଦିନ ମନ୍ଦିର ଫୁଲ ମାଳ ଓ ଆଲୋକ ମାଳରେ ସୁସଜିତ ସହ ଚତୁପାଶ୍ୱର୍ରେ ୧୪୪ ଜାରି କରାଯିବା ନେଇ ବୈଠକରେ ନିଷ୍ପତି ହୋଇଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.