ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

ଆଜିର ଖବର ତାରିଖ–୦୧-୦୭-୨୦୨୧(ଗୁରୁବାର)

0 407

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି ।
୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା ।
୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର ।
୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି ।
୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ ଅମଳ ପ୍ରକଳ୍ପ’ ।
୬. ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିନବନ୍ଧୁ ମିଶ୍ର ଆତ୍ମଦାହ ପ୍ରସଙ୍ଗ, କୁଳପତିଙ୍କ ବିରୁଦ୍ଧରେ ପଦକ୍ଷେପ ପାଇଁ ଦାବୀପତ୍ର ।
୭. ଟିକା ସଙ୍କଟ: ଆଜି ୫୦ହଜାର ଡୋଜ୍ ବି ଛୁଇଁଲାନି, କାଲି ୧୬ଜିଲ୍ଲାରେ ବନ୍ଦ ।
୮. ଶ୍ରୀଲଙ୍କାର ତିନି କ୍ରିକେଟ୍‌ରଙ୍କ ଉପରେ ପଡିଲା ଚଡକ, ଭାରତ ବିପକ୍ଷ ସିରିଜ୍‌ରୁ ବାହାର । ଶ୍ରୀଲଙ୍କାର ତିନି ଖେଳାଳି ନିରୋଶାନ ଡିକଓ୍ଵାଲେ, କୁଶଲ ମେଣ୍ଡିସ୍ ଓ ଧନୁଷ୍କା ଗୁଣତିଲକାଙ୍କୁ କଡା ସଜା ମିଳିଛି ।
୯. କାନାଡ଼ାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ ଲହରୀ, ୪ ଦିନରେ ୨୦୦ରୁ ଅଧିକଙ୍କ ମୃତ୍ୟୁ ।
୧୦. ରୁଷ୍‌ରେ ତୃତୀୟ ଲହର: ଡେଲ୍‌ଟା ପ୍ରଜାତି ପାଇଁ ୯୦% ସଂକ୍ରମଣ ବୃଦ୍ଧି ।
୧୧. ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୧୭: ସୁସ୍ଥ ହେଲେ ୩୭୬ କରୋନା ଆକ୍ରାନ୍ତ ।
୧୨. ଶ୍ରୀନଗର:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କୀ ସଫା, ଜଣେ ଭୟରେ କଲା ଆତ୍ମସମର୍ପଣ ।
୧୩. ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: କାଳିଆ ଯୋଜନାରେ ଭୂମିହୀନ କୃଷକ ପାଇଲେ ୩୮୬ କୋଟି ଟଙ୍କା ।
୧୪. ତେଲ ଦରବୃଦ୍ଧି : ୭ରୁ ୧୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ ।
୧୫. ଦୂତୀ ପାଇଲେ ଟୋକିଓ ଟିକେଟ୍ । ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ମନୋନିତ, ୧୦୦ ଓ ୨୦୦ ମିଟର ମହିଳା ଦୌଡ଼ରେ ଯୋଗ୍ୟତା ଅର୍ଜନ ।
୧୬. ଅଗଷ୍ଟ ପ୍ରଥମ ସପ୍ତାହରେ ରମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି ପିଜି ପରୀକ୍ଷା ।
୧୭. ଆସନ୍ତାକାଲି ସାରା ଦେଶରେ ପାଳିତ ହେବ ‘ଡାକ୍ତର ଦିବସ’ । ଏହି ଅବସରରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୩ ଟାରେ ସମ୍ବୋର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।
୧୮. ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକଡ଼ାଉନ୍ । ୨୦ ଜିଲ୍ଲାରେ କଟକଣା କୋହଳ, ଖୋଲିବ ସବୁ ଦୋକାନ, ହଟିଲା ସପ୍ତାହାନ୍ତ ସଟଡ଼ାଉନ, ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏଁ ଦୋକାନ ଖୋଲା ।
୧୯. ଅମୁଲର ସମସ୍ତ ମିଲକ୍ ପ୍ରଡକ୍ଟ ଅମୁଲ ଗୋଲ୍ଡ, ଅମୁଲ ଶକ୍ତି, ଅମୁଲ ତାଜା, ଅମୁଲ ଟି-ସ୍ପେଶାଲ, ଅମୁଲ ସ୍ଲିମ ଆଣ୍ଡ ଟ୍ରୀମ୍ ଦୁଇ ଟଙ୍କା ପ୍ରତି ଲିଟର ହିସାବରେ ବଢିବ ।୧ ଜୁଲାଇରୁ ଦିଲ୍ଳୀ, ଏନସିଆର, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସହିତ ଅନ୍ୟ ସମସ୍ତ ରାଜ୍ୟରେ ଅମୁଲ କ୍ଷୀର ମହଙ୍ଗା ଦାମରେ ମିଳିବ ।
୨୦. ଜୁନରେ କରୋନା ମୃତ୍ୟୁ ୪୩% ଖସିଲା ।
୨୧. ଅନ୍ତର୍ଜାତୀୟ ଉଡାଣ ଜୁଲାଇ ୩୧ ଯାଏଁ ବନ୍ଦ ।
୨୨. ଜୁଲାଇ ରୁ ମହଙ୍ଗା ହେବ ଇଲେକଟ୍ରୋନିକ୍ସ୍ ସାମଗ୍ରୀ ।
ଆଜି ଜାତୀୟ ଚିକିତ୍ସକ ଦିବସ
➡️କରୋନା ଟିପ୍ସ୍:ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା,ଦୁରତ୍ଵ ରଖିବା। କରୋନା କୁ କର ନା।– ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।
ଶୁଭସକାଳ , GOOD MORNING

Leave A Reply

Your email address will not be published.