ଆଜିର ଅନୁଚିନ୍ତା

ତାରିଖ : ୦୧-୦୭-୨୦୨୧

0 420

?କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ ସେ ଘରେ ହେଉ କି ବାହାରେ
?ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ ।
?ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ ।
?”ପ୍ରେମ” ଆଉ “ବନ୍ଧୁତା” ଏହି ଦୁଇଟି ଖୁବ୍ ଦାମୀ ଯାହାର ମର୍ଯ୍ଯାଦା ସମସ୍ତେ ଦେଇପାରନ୍ତି ନାହିଁ ।
?ପ୍ରତ୍ୟେକ ରାତିରେ ଯେତେବେଳେ ଆମେ ଶୋଇବା ପାଇଁ ଯାଉଛୁ ସେତେବେଳେ ଆମେ Guarantee ଦେଇପାରିବା ନାହିଁ ଯେ ଆସନ୍ତା କାଲିର ସକାଳ ପର୍ଯ୍ୟନ୍ତ ଆମେ ବଞ୍ଚି ରହିବା । ତଥାପି ଆମେ ଘଡିରେ Alarm ଦେଇ ଶୋଉଛୁ । ଏହା ହିଁ ବିଶ୍ବାସ ।
ଆଜିର ସୁବିଚାର
?ସମ୍ପର୍କର ଡୋରି ସେତେବେଳେ ଦୁର୍ବଳ ହୋଇଯାଇଥାଏ, ଯେତେବେଳେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି।
?ବଳ ପ୍ରୟଗ କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରେନା, ଦୁଇପଦ ମିଠାକଥା ଓ ଉତ୍ତମ ବୁଝାମଣା ଦ୍ବାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ।
?କେବେ ବି ନିରାଶ ହୋଇ ପଡନ୍ତୁ ନାହିଁ କାରଣ କୌଣସି ବି ସମୟରେ ଈଶ୍ବରଙ୍କ ଦ୍ବାରା ଏମିତି କିଛି ଜିନିଷ ଅକଳ୍ପନୀୟ ଭାବେ ଆସିବ ଯାହା ଆପଣ କଳ୍ପନା ବି କରି ନ ଥିବେ ।
?ସେମାନଙ୍କ ପାଇଁ ଯତ୍ନବାନ ହେବା ଆବଶ୍ୟକ ନୁହଁ ଯେଉଁମାନେ ଆପଣଙ୍କୁ ଅଣଦେଖା କରିଥାନ୍ତି । ସେହିମାନଙ୍କ ପାଇଁ ଯତ୍ନବାନ ହୁଅନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ସଂସାରକୁ ଅଣଦେଖା କରିପାରନ୍ତି ।
?ଅନ୍ୟକୁ ସାହାଯ୍ୟ କରିବା ବହୁତ ପୁଣ୍ୟ କାମ, କିନ୍ତୁ ଏତେ ବି କାହାକୁ ସାହାଯ୍ୟ କରନ୍ତୁ ନାହିଁ ଯେ ସେହି ସାହାଯ୍ୟ ଆପଣଙ୍କ ପାଇଁ ଦୁଃଖର କାରଣ ହୋଇଯିବ ।
?.ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ କୋଟି କୋଟି ପ୍ରଣାମ, ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ ?.

Leave A Reply

Your email address will not be published.