ଶାରଳାଙ୍କପୀଠରେ ମୋବାଇଲ୍ ମନା

0 102

ଭୁବନେଶ୍ୱର,୯ା୭(ଏସଏସନିଉଜ) ଜଗତସିଂହପୁର ମାଶାରଳା ମନ୍ଦିରକୁ ମୋବାଇଲ ନେବାରେ କଟକଣା କରାଯାଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୂଆ ନିୟମ ଲାଗୁ କରାଯାଇଛି ।ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବାକୁ ନିଷେଧ କରାଯାଇଛି । ମଝିଦେଉଳ ଓ ଗର୍ଭଗୃହମଧ୍ୟକୁ ମୋବାଇଲ ନେଇ ଫଟୋଉଠାଇଲେ ପ୍ରଥମେ ୫୦୦, ୨ୟଥର ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ବ୍ରତ ହୋଇନଥିବାପଣ୍ଡାସେବକ, ଅବିବାହିତରାଉଳସେବକଙ୍କୁ ଗର୍ଭଗୃହ ମଧ୍ୟକୁ ବାରଣ କରାଯାଇଛି ।ଏହାବ୍ୟତିତ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ନିଷେଧ କରାଯାଇଛି ।

 

Leave A Reply

Your email address will not be published.