ଆଜିର ରାଶିଫଳ

0 181

୨୦୨୩ମସିହା ଜୁଲାଇମାସ ୧୦ତାରିଖସୋମବାର।ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଆରମ୍ଭ, କାଉଡ଼ିଭକ୍ତଙ୍କ ଜଳାଭିଷେକ ଯାତ୍ରା, ବୀରରାମଚ଼ନ୍ଦ୍ର ପୁରରେ ବିଜୟା ନବମୀ ଯାତ୍ରା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୫୩ ,ସୂର୍ଯ୍ୟାସ୍ତ- ଘ୬/୨୫/୪୧ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ଅଷ୍ଟମୀ ରାତ୍ରି ଘ୭/୧୪ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଘାତଚନ୍ଦ୍ର–ଧନୁରାଶିର ଏବଂ ରାତ୍ରି ଘ୮/୫ମି ପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ନଡ଼ିଆ ରାତ୍ରି ଘ୭/୧୪ମିପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୭/୫୭ମି ରୁ ଘ୮/୩୬ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୯ମି ରୁ ଘ୪/୪୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୩୧ମି ରୁ ଘ୧୧/୫୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୮/୩୧ମି ରୁ ଘ୧୦/୭ମି ମଧ୍ୟେ, ରାତ୍ରି ଘ୯/୩୭ମି ରୁ ଘ୧୨/୪୯ମି ମଧ୍ୟେ, ଘ୨/୨୫ମି ରୁ ଘ୪/୧ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା ରାତ୍ରି ଘ୪/୪୯ମି ରୁ ରାତ୍ରିଶେଷ ଘ୫/୧୯ମି ପର୍ଯ୍ୟନ୍ତ।ଶୁଭକର୍ମ:-ସୂର୍ଯ୍ୟୋଦୟରୁ ଦିବା ଘ୨/୧୩ମି ମଧ୍ୟେ ୨୭ ନକ୍ଷତ୍ରେ ୧ ନକ୍ଷତ୍ରର ୧ମ ପାଦ ଗଣ୍ଡ ହେତୁ ରାତ୍ରି ଘ୨/୬ମି ରୁ ରାତ୍ରିଶେଷ ପର୍ଯ୍ୟନ୍ତ ୧ ନକ୍ଷତ୍ରେ ବିବାହ (ପାଣିଗ୍ରହଣ) ଅଦ୍ୟ ୨୭ ନକ୍ଷତ୍ରେ ବିଷ୍ଣୁ ପ୍ରତିଷ୍ଠା, ନାମକରଣ, ନିଷ୍କ୍ରାମଣ, ହୋମାଦିସ୍ବସ୍ତ୍ୟୟନ, ବାଣିଜ୍ୟକରଣ, ନିଷେକ, ନବବସ୍ତ୍ରାଳଙ୍କାରଧାରଣ, ଦୀକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ନୌକାଗଠନ ଓ ଯାତ୍ରା, ବୃକ୍ଷରୋପଣ, ନବଦୋଳାଦ୍ୟାରୋହଣ, ଦେବତା ଗଠନ ଓ ପ୍ରତିଷ୍ଠା, ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ହଳ ପ୍ରବାହ ଓ ବୀଜବପନ, ନାଟ୍ୟାରମ୍ଭ।
ମେଷ-ଦିନଟି ଆପଣଙ୍କଲାଗି ଉତ୍ତମରହିବ। ଆପଣଙ୍କଯୋଜନାକୁ କାର୍ଯ୍ୟରୂପ ଦେବାଲାଗି କ୍ରମାଗତ ପ୍ରୟାସକରିବେ ଏବ˚ ସଫଳହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
ବୃଷ- ଜୀବନରେ କିଛି କରିବାପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ- ଆଜିକିଛି ନୂଆଅନୁଭବ କରି‌ùବ। ପଇସା ଯେମିତିଆସିବ; ସେମିତି ଖର୍ଚ୍ଚହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣବ୍ୟକ୍ତିଙ୍କ ସହିତ ସାକ୍ଷାତହେବ। ଖାଦ୍ୟପାନୀୟ ପ୍ରତି ସଜାଗରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ- ଦିନଟି ଆପଣଙ୍କଲାଗି ସବୁଦୃଷ୍ଟିରୁ ଭଲ। ଆପଣଙ୍କଜୀବନରେ କିଛିନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରିପାଇଁ ପ୍ରୟାସକରୁଥିବା ବ୍ୟକ୍ତିଙ୍କୁ ଶୁଭସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସିଂହ- ମାଆଦୁର୍ଗାଙ୍କ କୃପାଦୃଷ୍ଟି ଆପଣଙ୍କଉପରେ ରହିଛି। ସଫଳତାରଶିଖର ଆଡ଼କୁ ଅଗ୍ରସର ହେବେ। ଆୟବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା- ନିଜରମିଷ୍ଟ ବ୍ୟବହାରରେ ସବୁକାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସିବଡ଼ ଦାୟିତ୍ବଦେବେ। ନୂଆନୂଆଲୋକଙ୍କ ସହିତ ଯୋଗାଯୋଗହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା- ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣଭୂମିକା ନିର୍ବାହକରିବେ। ଆପଣଙ୍କୁକେହି ବନ୍ଧୁତାରହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ଡିଲ୍‌ କରିପାରନ୍ତି। ବାହନ କିଣିବାଲାଗି ମନବଳିବ।
ବିଛା- ଊର୍ଜାରସ୍ତର ଉଚ୍ଚାରହିବ। କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ। ରାଜନୀତି କ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ଲାଭମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
ଧନୁ- ଆର୍ଥିକଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର- ପରିବାରରେଏକତା ଓ ପ୍ରେମବଢ଼ିବ। ସ୍ଥଗିତଥିବା କାମ ପୂରାକରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
କୁମ୍ଭ- ପିତାଙ୍କ କହିବାମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତାମିଳିବ। ବିଦେଶରେ ବ୍ୟବସାୟ କରୁଥିବାବ୍ୟକ୍ତିବିଶେଷ ଆଜି ବଡ଼ଡିଲ୍‌ କରିବେ। ପଇସାକୁନେଇ କାହାରିସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
ମୀନ- ଆଧାତ୍ମିକଭାବନାରେ ସମୟବିତିବ। ବିଭିନ୍ନକ୍ଷେତ୍ରରେ ଜ୍ଞାନଅର୍ଜନକରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ନୀତିବାଣୀ-ସମୟ,ସମ୍ପର୍କ , ସାଙ୍ଗ ଆଉ ସ୍ବାସ୍ଥ୍ୟର Rate ଲେଖାନଥାଏ, କିନ୍ତୁ ହରାଇବାପରେ ଏ ସବୁର Value ଜଣାପଡ଼ିଥାଏ ।
ବାସ୍ତୁଟିପ୍ପଣୀ-ଜାଣିଛନ୍ତିକି ପୂଜାରେକାହିଁକି ବ୍ୟବହାରହୁଏ ଗୋଗୁଳଧୂପ,ଜାଣନ୍ତୁ ଏହାର ଚମତ୍କାରିତାଗୁଣ ବିଷୟରେ…
ପ୍ରତ୍ୟେକ ହିନ୍ଦୁପରିବାରରେ ଦୈନନ୍ଦିନପୂଜାରେ ବିଭିନ୍ନପ୍ରକାରରସାମଗ୍ରୀ ବ୍ୟବହୃତହୁଏ । ଏହା ସହିତ ଅନେକପ୍ରକାରର ସୁଗନ୍ଧିତଧୂପଦୀପ ମଧ୍ୟଜଳାଯାଏ । ଏହାର କାରଣହେଉଛିଯେ ଏକ ଶୁଦ୍ଧ ଏବଂ ସୁଗନ୍ଧିତପରିବେଶରେ ପ୍ରଭୁ ଶୀଘ୍ର ତାଙ୍କଭକ୍ତମାନଙ୍କର ଇଚ୍ଛା ପୂରଣକରନ୍ତି । କିନ୍ତୁ ଏସବୁ ଭିତରେ ଗୋଗୁଳଧୂପର ଅଧିକ ମହତ୍ୱରହିଛି । ଗୋଗୁଳଧୂପ କେବଳ ବାୟୁମଣ୍ଡଳକୁ ସୁଗନ୍ଧିତ କରେନାହିଁ, ବରଂ ଏହାର ବହୁଔଷଧୀୟଗୁଣ ମଧ୍ୟରହିଛି । ଆସନ୍ତୁଜାଣିବା ଏହାର ବିଶେଷତ୍ୱ ବିଷୟରେ-
ଚାପରୁମୁକ୍ତି ପ୍ରଦାନକରେ:-ଗୋଗୁଳଧୂପ ଜଳାଇବାର ଅନେକଲାଭ ଅଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏହା ପରିବାରରେ ସୃଷ୍ଟି ହେଉଥିବାଟେନସନକୁ ହ୍ରାସକରିଥାଏ । ଏହାମଧ୍ୟ ସ୍ୱାମୀ ଏବଂ ସ୍ତ୍ରୀମଧ୍ୟରେ ସୃଷ୍ଟିହେଉଥିବା ବିଭେଦକୁ ଦୂରକରିଥାଏ ।
ନକାରାତ୍ମକତାକୁ ଦୂରରେରଖିଥାଏ:-ଘରେ ଗୋଗୁଳଧୂପ ଜାଳିବାଦ୍ୱାରା ସମସ୍ତ ନକାରାତ୍ମକଶକ୍ତି ଦୂରେଇ ରହିଥାଏ । ଜ୍ୟୋତିଷଶାସ୍ତ୍ରରେ ପ୍ରତିକାରସ୍ୱରୂପ କୁହାଯାଇଛିଯେ, ଘରେ ଗୋଗୁଳଧୂପ ୭ ଦିନପର୍ଯ୍ୟନ୍ତ ଲଗାଇବାଦ୍ୱାରା ସମସ୍ତନକାରାତ୍ମକ ଶକ୍ତିପଳାଇଯାଏ ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।
ଅନେକପ୍ରକାରର ତ୍ରୁଟିରୁ ମୁକ୍ତିପାଇବେ:-ଅନେକଥର ରାଶିଫଳର ଯେକୌଣସିଗ୍ରହହେତୁ ବସ୍ତୁ ଦୋଷ ଉତ୍ପନ୍ନ ହୁଏ । ଯେଉଁକାରଣରୁ ଅନେକପ୍ରକାରର ବିଫଳତାଘଟେ । ଏହିପରିସ୍ଥିତିରେ ଗୋଗୁଳଧୂପର କିଛିପ୍ରୟୋଗ କରିବାଦ୍ୱାରା ଅନେକପ୍ରକାରର ସମସ୍ୟାର ସମାଧାନହେବ ।
ରୋଗରୁ ରକ୍ଷାକରେ:-ଗୋଗୁଳ କେବଳ ଜ୍ୟୋତିଷଗୁଣରେ ପରିପୂର୍ଣ୍ଣନୁହେଁ ବରଂ ଏହାର ଔଷଧୀୟଗୁଣ ମଧ୍ୟଅଛି, ଯାହା ଏହାକୁ ସ୍ୱତନ୍ତ୍ରକରିଥାଏ । ବର୍ଷାଋତୁରେ ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକପ୍ରକାରର କ୍ଷତିକାରକଜୀବାଣୁ ବିସ୍ତାର ହୁଏନାହିଁ ଏବଂ ବାୟୁରେଥିବା ଜୀବାଣୁ ମଧ୍ୟ ଏହାଦ୍ୱାରା ନଷ୍ଟହୋଇଯାଏ । ମାନସିକଥକାପଣ ଦୂରକରିବାରେ ଏହାମଧ୍ୟ ଉପଯୋଗୀ । ଆଜିର ଦିନଟି ମଙ୍ଗଳମୟ ହେଉ!! ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.