୨୦୨୩ମସିହା ଜୁଲାଇମାସ ୧୧ତାରିଖ ମଙ୍ଗଳବାର।ମଙ୍ଗଳ ଗୌରୀବ୍ରତ, ସ୍ବାମୀ ଶିବାନନ୍ଦଙ୍କର ମହାସମାଧିଦିବସ, ବୀରରାମଚ଼ନ୍ଦ୍ରପୁରରେ ବିଜୟାନବମୀ ଯାତ୍ରା।ସୁର୍ଯ୍ୟୋଦୟ-ପ୍ରାତଃଘ୫/୧୮/୧୩ ,ସୂର୍ଯ୍ୟାସ୍ତ-ଘ୬/୨୫/୩୭ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଭୌମବାସ ,ତିଥି-ନବମୀ ସନ୍ଧ୍ୟାଘ୬/୨୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବଦିଗରେ। ସନ୍ଧ୍ୟା ଘ୬/୨୯ମିପରେ ଉତ୍ତର ଦିଗରେ। ମଙ୍ଗଳବାର, ରିକ୍ତାତିଥି ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧ ଖାଦ୍ୟ- ଲାଉ, ସନ୍ଧ୍ୟାଘ୬/୨୯ମିପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବାଘ୬/୫୬ମି ରୁ ଘ୮/୩୫ମି ପର୍ଯ୍ୟନ୍ତ।କାଳବେଳା ଦିବାଘ୧/୩୦ମି ରୁ ଘ୩/୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୪୭ମି ରୁ ଘ୯/୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବାଘ୭/୪୩ମି ମଧ୍ୟେ, ଘ୯/୧୯ମିରୁ ଘ୧୧/୪୩ମି ମଧ୍ୟେ, ଘ୧/୫୫ମି ରୁ ଘ୨/୪୩ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୧୩ମି ମଧ୍ୟେ, ଘ୧୧/୪୯ମି ରୁ ଘ୨/୧୩ମି ପର୍ଯ୍ୟନ୍ତ।
ମେଷ-ବିଚାର ଓ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ଉଚ୍ଚକର୍ତ୍ତୃପକ୍ଷ ସନ୍ତୁଷ୍ଟ ରହିବେ । ଉଚ୍ଚଅଭିଳାଷ ପୂରଣହେବ । ଦାମ୍ପତ୍ୟସୁଖ, ପରୋପକାର, ଆର୍ଥିକ ସ୍ୱଚ୍ଛଳତା,ରାଜନୀତିରେ ଉତ୍ତମବୁଝାମଣା, ଧର୍ମାନୁଷ୍ଠାନ ସହ ସୁସଂପର୍କ ରଖିବେ ।ଶୁଭରଙ୍ଗ କଫି ।ଶୁଭଅଙ୍କ ୩ ।
ବୃଷ-ସମସ୍ୟାବହୁଳଦିନଟିଏ ।ତର୍କବିତର୍କରୁ ଦୂରେଇ ରହିବାଭଲ । ପରିବାରରେ ଶାନ୍ତିଦାୟକସ୍ଥିତି, ମୂଲ୍ୟବାନଦ୍ରବ୍ୟ ନଷ୍ଟ, ଅନିୟମିତ ଆହାର , ବିଶ୍ରାମ, ଦେବକାର୍ଯ୍ୟରେ ନିଷ୍ଠା, ରାଜନୀତିରେ ନିନ୍ଦାଅପବାଦର ସମ୍ଭାବନା ।ଶୁଭରଙ୍ଗଗ୍ରୀନ୍ ।ଶୁଭଅଙ୍କ ୬ ।
ମିଥୁନ-ପାରିବାରିକସୁଖସୌଭାଗ୍ୟ ଅବ୍ୟାହତରହିବ ।ଜମିବାଡି ସଂପର୍କୀତ ବିବାଦ ସମାଧାନ କରିବେ ।ମାନସିକ ଅସ୍ଥିରତା ଦୂରହେବ ନାହିଁ ।କର୍ମକ୍ଷେତ୍ରରେ ସ୍ଥିତିସୁଦୃଢକରିବେ ।ବନ୍ଧୁମାନେ ସହ-ଯୋଗୀହେବେ ।ରାଜନୀତିରେ ଅସ୍ଥିରଭାବରହିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭଅଙ୍କ ୬ ।
କର୍କଟ-ଘାତଚନ୍ଦ୍ରଦିନ ସାରାଭୋଗହେବ ।ସ୍ଥିରବୁଦ୍ଧି ପ୍ରୟୋଗ ନକଲେ ପ୍ରତିକ୍ଷେତ୍ରରେକ୍ଷତିସହିବେ ।ସ୍ୱାସ୍ଥ୍ୟରେ ଅବନତି , ପାରିବାରିକସୁଖ, କର୍ମକ୍ଷେତ୍ରରେନେତୃତ୍ୱଲାଭ , ଦୂର ଯାତ୍ରାରେବ୍ୟୟ, ବ୍ୟବସାୟରେସମୃଦ୍ଧି ଓ ରାଜନୀତିରେ ଅଧୋଗତି ଆସିବ ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୩ ।
ସିଂହ-ଶ୍ରୀଚନ୍ଦ୍ରଭୋଗପାଇଁ ଦିନଟିମଙ୍ଗଳ ଦାୟକ ଅଟେ ।ମନରେସନ୍ତୋଷ,କର୍ମରେଶୃଙ୍ଖଳା, ସଜ୍ଜନ ସଂପର୍କ, ପରୋପକାର, ସୁଖାଦ୍ୟ, ମନୋରଂଜନ ଏବଂବସ୍ତ୍ରାଳଙ୍କାର ପ୍ରାପ୍ତି ଅଛି ।ରାଜନୀତିରେ ଉଚ୍ଚ ପଦାସୀନଙ୍କସାହାର୍ଯ୍ୟମିଳିବ ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୧ ।
କନ୍ୟା-କର୍ମକ୍ଷେତ୍ରରେ ଅଯଥା ଅଭିଯୋଗ ଆସିବ । ଉଚ୍ଚ କର୍ତ୍ତୃପକ୍ଷ ନିରବରହିବାକୁବାଧ୍ୟ ହେବେ । ଦୈହିକସ୍ୱାସ୍ଥ୍ୟସେପରି ଭଲ ନ ରହିପାରେ । ଯାନ ବାହାନରେବ୍ୟୟସାମାଜିକ ପ୍ରତିଷ୍ଠା, ବ୍ୟବସାୟରେଉନ୍ନତି, ଧର୍ମକାର୍ଯ୍ୟରେ ଆଗ୍ରହହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭଅଙ୍କ ୩ ।
ତୁଳା-ଦିନଟିଶାନ୍ତିସନ୍ତୋଷ ପ୍ରଦାୟକହେବ ।ମାଙ୍ଗଳିକକାର୍ଯ୍ୟକ୍ରମରେସକ୍ରିୟ ଅଂଶଗ୍ରହଣକରିବେ ।ବ୍ୟୟହେଲେ ମଧ୍ୟ କାର୍ଯ୍ୟମାନ ସଂପାର୍ଦିତହେବ । ଦ୍ରବ୍ୟଲାଭ , ନିମ୍ନ ଅଙ୍ଗରେ ପୀଡାକିମ୍ବାଗୁରୁଜନଙ୍କସ୍ୱାସ୍ଥ୍ୟସମସ୍ୟାଚିନ୍ତାବଢାଇବ ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୮ ।
ବିଛା-ଆର୍ଥିକସ୍ଥିତିଉପରେ ପ୍ରଭାବହେବ । ପରୋକ୍ଷରେଶତ୍ରୁବଢିବେ । ଥଣ୍ଡାସର୍ଦ୍ଦିହେତୁକସ୍ୱାସ୍ଥ୍ୟସମସ୍ୟା ଆସିବ । ଯାନବାହନରେବ୍ୟୟ, ଉଦ୍ୟମସଫଳ, ଆଧ୍ୟାତ୍ମିକ ଅନୁଚିନ୍ତନ ବୃଦ୍ଧି, ବ୍ୟବସାୟିକଲାଭ ଓ ରାଜନୀତିରେକ୍ଷମତାବୃଦ୍ଧି ।ଶୁଭରଙ୍ଗ ଧୂସର ।ଶୁଭଅଙ୍କ ୯ ।
ଧନୁ-ଆର୍ଥିକସ୍ଥିତିସ୍ୱଚ୍ଛଳରହିବ ।ମନରେସନ୍ତୋଷକର୍ମରେ ନିୟାମିତତା, ବ୍ୟୟ ଆବଶ୍ୟକତା ଅନୁସାରେକରିବେ । ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟସମସ୍ୟା ଚିନ୍ତାବଢାଇବ ।ବୈଷୟିକଉନ୍ନତି, ପରୋପକାରକରି ଆତ୍ମସନ୍ତୋଷ ପାଇବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭଅଙ୍କ ୩ ।
ମକର-ସାରା ଦିନ ଘାତଚନ୍ଦ୍ରଭୋଗହେବ । ଅଭାବ ଅନଟନ, କାର୍ଯ୍ୟକ୍ରମରେବିଶୃଙ୍ଖଳା, ପରୋକ୍ଷରେଶତ୍ରୁବୃଦ୍ଧି, ମାନସିକ ଅସହାୟତା, ବନ୍ଧୁବାନ୍ଧବଙ୍କଠାରୁ ଗଠନ ମୂଳକ ପରାମର୍ଶ ପାଇବେ ।ରାଜନୀତିରେ ବିବାଦୀୟସ୍ଥିତି ଆସିପାରେ ।ଶୁଭରଙ୍ଗ ଧୂସର ।ଶୁଭଅଙ୍କ ୫ ।
କୁମ୍ଭ-ଆୟଉପାର୍ଜନରେ ଅନିଶ୍ଚିତ ସ୍ଥିତି ଆସିପାରେ ।ବିବେକାନୁମୋଦିତ କାମସର୍ବଦା କରଣୀୟ । ଅଣ୍ଟା ମେରୁଦଣ୍ଡ ରେ ପୀଡା, ଉଚ୍ଚ ସଂପର୍କରେଉନ୍ନତି, ବ୍ୟୟବୃଦ୍ଧି , ପରିବାରରେମତ ପାର୍ଥକ୍ୟର ସମ୍ଭାବନା ଅଛି ।ଶୁଭରଙ୍ଗଗ୍ରୀନ୍ ।ଶୁଭଅଙ୍କ ୫ ।
ମୀନ-ଶୁଭାକାଂକ୍ଷୀମାନେ ସହ-ଯୋଗରହାତବଢେଇବେ ।ବାସଗୃହରେ ଆବଶ୍ୟକ ଥିବାସଂସ୍କାର ଆଣିପାରିବେ । ପରିବାରରେସମ୍ୟକବୁଝାମଣା, ଉପହାରପ୍ରା¯ò ଦୂର ଯାତ୍ରାରେବ୍ୟୟ ଆଧ୍ୟାତ୍ମିକ ଦିଗରେବିଶ୍ୱାସ ଓ ରାଜନୀତିରେଜନାଦୃତିମିଳିବ ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୭ ।

ନୀତିବାଣୀ-ଦୁଃଖରସହ ଉଠନାହିଁ ଯେ ତୁମେ କାଲି ଗତକାଲି କଣ କରିପାରିଲ ନାହିଁ । ଆଜି ତୁମେ କ’ଣ କରିପାରିବ,ସେହିଚିନ୍ତା ସହିତ ଜାଗ୍ରତ ହୁଅ।
ବାସ୍ତୁଟିପିଣୀ-କେଉଁ ସବୁ ଜିନିଷ ଦେଇଥାଏ ଅଶୁଭ ସଙ୍କେତ, ବ୍ୟକ୍ତିଙ୍କ ଆରମ୍ଭ ହୋଇଥାଏ ଖରାପ ସମୟ
ଶାସ୍ତ୍ରରେ, ଖରାପସମୟ ପୂର୍ବରୁ କିଛିଜିନିଷ ଉଲ୍ଲେଖ କରାଯାଇଛି । ଏହାକୁ ଜାଣିବାଦରକାର । ଏହାଦ୍ୱାରା ଯେକୌଣସିବ୍ୟକ୍ତି ଖରାପସମୟ ପାଇଁ ସତର୍କ ରହିପାରିବ । ଏପରି ପରିସ୍ଥିତିରେ, ଖରାପସମୟ ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ ଜାଣନ୍ତୁ ।
୧-ଖାଦ୍ୟଖାଇବା ସମୟରେ, ପ୍ରଥମେ ପାଟିଭିତରକୁ ଖାଦ୍ୟପୁରାଇବା ସମୟରେ ଯଦି ତିକ୍ତତା ଅନୁଭବକର । ତେବେ ଏହା ଏକ ସଙ୍କେତ ଅଟେଯେ, ନିକଟରୁ କାହାଠାରୁ ଖରାପ ଖବର ଆସିବାକୁ ଯାଉଛି ।
୨-ପୂଜାପାଠ କରିବାସମୟରେ ହାତରୁ ପୂଜାପ୍ଳେଟ କିମ୍ବା କୌଣସି ସାମଗ୍ରୀ ତଳେ ଖସିପଡ଼ିବା । ପତନ ଏକ ଅପ୍ରାକୃତିକ ସଙ୍କେତବୋଲି ବିବେଚନା କରାଯାଏ । ଏହା ଏକ ସଙ୍କେତ ଅଟେଯେ, ଆଗାମୀ ସମୟରେ ଏକ ବଡ଼ ଧରଣର ବିପଦ ଆସିପାରେ । ଏହାବ୍ୟତୀତ, ଦୀପଲିଭିଯିବା ବଡ଼ଅଶୁଭ ବିବେଚନା କରାଯାଏ ।
୩-ସକାଳେ ଅଫିସକୁଯିବାବେଳେ କିମ୍ବା ଫେରୁଥିବାସମୟରେ ରାସ୍ତାରେ ଝଗଡ଼ା କିମ୍ବା ଯୁକ୍ତିତର୍କ ଦେଖିବା ଏକ ଅଶୁଭସଙ୍କେତ ଦେଇଥାଏ । ଏହା ସୂଚିତକରେଯେ, ଆଗାମୀସମୟରେ କର୍ମକ୍ଷେତ୍ରରେ ଏକପ୍ରକାର ସମସ୍ୟା ଦେଖାଯିବ ।
୪-ବିଲେଇ ମଧ୍ୟ ଅନେକପ୍ରକାର ଶୁଭ ଓ ଅଶୁଭସଙ୍କେତ ଦେଇଥାଏ । ଯଦି ବିଲେଇଜୋରରେ ବୋବାଏ କିମ୍ବା ଗୋଟେବିଲେଇ ଅନ୍ୟ ଏକ ବିଲେଇ ସହିତ କଳିକରେ, ତେବେ ଏହା ଅଶୁଭଅଟେ । ଏହାସୂଚିତ କରେଯେ, ନକାରାତ୍ମକଶକ୍ତି ଘରେ ପ୍ରବେଶକରିଛି ।
୫-ଯଦି କଞ୍ଚାକ୍ଷୀର ଫୁଟାଉଥିବାବେଳେ କ୍ଷୀରଛିଣ୍ଡିଯାଏ, ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଏହା ସୂଚିତକରେଯେ, ଘରେ ଅସନ୍ତୋଷ ଏବଂ ଅସୁବିଧା ବଢ଼ିବାକୁ ଯାଉଛି ।
୬-ଯଦି କୌଣସିସ୍ତ୍ରୀ ମଥାରେ ସିନ୍ଦୁରଲଗାଉଥିବାବେଳେ ସିନ୍ଦୁର ଫରୁଆ ତଳେ ଖସିପଡ଼େ । ତେବେ ଏହା ସୂଚିତ କରେଯେ, ସ୍ୱାମୀଙ୍କ ସହିତ କୌଣସି ପ୍ରକାରର କ୍ଷତି ହେବାକୁ ଯାଉଛି ।ଆଜିର ଦିନଟି ମଙ୍ଗଳମୟ ହେଉ!

