ଶତ୍ରୁକୁ ମୁହଁତୋଡ ଜବାବ ଦେବ

ଆଜିର ଖବର,ତାରିଖ–୨୨-୧୦-୨୦୨୧🦋 (ଶୁକ୍ରବାର)

0 559

୧. ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଗୁଡ୍‌ଲି ରଥଙ୍କୁ ହୃଦ୍‌ଘାତ ହୋଇଛି । ତାଙ୍କୁ ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
୨. ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଆଜି: ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଉପରେ ଫୋକସ, ୪୦୫ ନୂଆ ପ୍ରକଳ୍ପ ପାଇଁ ୨୧୫୧ କୋଟି ।
୩. FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ ।
୪. ପିଏମ ଗତିଶକ୍ତି ଉପରେ ଲାଗିଲା କ୍ୟାବିନେଟ ମୋହର; ଭିତ୍ତିଭୂମି ଯୋଜନା ପ୍ରସ୍ତୁତିରେ ଆଣିବ ଯୁଗାନ୍ତକାରୀ ପରିବର୍ତ୍ତନ ।
୫. ସୁକ୍‌ମା ପୋଲିସ ନିକଟରେ ୪୩ ଜଣ ମାଓବାଦୀ ଗୁରୁବାର ଆତ୍ମ ସମର୍ପଣ କରିଛନ୍ତି । ତେବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ସହ ତଳେ ବସି ସୁକୁମା ଏସ୍‌ପି ଏକାଠି ଖାଦ୍ୟ ଖାଇଥିଲେ ।
୬. ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ହମ ଦୋ ହମାରେ ଦୋ’ର ରୋମାଂଟିକ୍ ଗୀତ କମଲି: ମନଜିଣିଲା ଜୁବିନ ନୌତିଆଲଙ୍କ ସ୍ୱର ।
୭. ଓଡ଼ିଶାରୁ ହେବ IPL ଟିମ: କଟକ ଟିମ୍ କିଣିବେ ଜିନ୍ଦଲ! ।
୮. କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲା : ଆଜି ଶେଷ ହୋଇଛି ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା, କାଲି ୧୧ଟା ବେଳେ ପୁଣି ହାଜର ହେବାକୁ ସମନ ଜାରିକଲା NCB
୯. ସୀମାରେ ଶତ୍ରୁକୁ ମୁହଁତୋଡ ଜବାବ ଦେବ ଭାରତ: ଚୀନ ସହ ବିବାଦ ଭିତରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ଯବାନଙ୍କ ଯୁଦ୍ଧାଭାସ ।
୧୦. ବନ୍ୟା ଛାଡିଲା ହେଲେ ବଢିଲା ଦୁର୍ଦ୍ଦଶା: ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ପରେ ଧିରେ ଧିରେ ସୁଧୁରୁଛି ସ୍ଥିତି ।
୧୧. କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା । ମହଙ୍ଗା ଭତ୍ତା ୨୮%ରୁ ୩୧%କୁ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ । ଖାଲି ସରକାରୀ କର୍ମଚାରୀ ନୁହନ୍ତି ବରଂ ଅବସର ପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ । ପ୍ରାୟ ୬୮.୬୨ ଲକ୍ଷ ପେନସନ୍ ଭୋଗୀ ମଧ୍ୟ ଏହି ନିଷ୍ପତିରୁ ଫାଇଦା ପାଇବେ ।
୧୨. ଜମ୍ମୁ କାଶ୍ମୀର: ପୋଲିସ ପାର୍ଟି ଉପରକୁ ଗୁଳି ଚଳାଇଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି ।
୧୩. ମାଲାମାଲ ହେବ ବିସିସିଆଇ! ୫ ବର୍ଷରେ ଆଇପିଏଲରୁ ମିଳିବ ୩୬ହଜାର କୋଟି ।
୧୪. ଆରମ୍ଭ ହେବ ଜୁନିୟର ପୁରୁଷ ହକି କପ୍‌ । ୨୪ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ଅନ୍ତର୍ଜାତୀୟ ହକି ମହାସଙ୍ଘ(ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି ।
୧୫. କରୋନା ଲଢ଼େଇରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ । ଶହେ କୋଟି ଟପିଲା ଟିକାକରଣ ।
୧୬. ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର । ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ । ଏ ନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୪ର ଶେଷ ହେବ । ଏଥିରେ ୪୦ ମାର୍କର ପରୀକ୍ଷା ହେବ । ସେଥିମଧ୍ୟରୁ ୨୦ମାର୍କର ସବ୍‌ଜେକ୍ଟିଭ୍‌ ଓ ୨୦ମାର୍କର ଅବ୍‌ଜେକ୍ଟିଭ୍‌ ପରୀକ୍ଷା କରାଯିବ ।
୧- ନଭେମ୍ବର ୨୨ ତାରିଖ:ପ୍ରଥମ ସିଟିଂ- ଦ୍ଵିତୀୟ ଭାଷାଦ୍ଵିତୀୟ ସିଟିଂ- ସମାଜିକ ବିଜ୍ଞାନ୨- ନଭେମ୍ବର ୨୩ ତାରିଖ:ପ୍ରଥମ ସିଟିଂ- ପ୍ରଥମ ଭାଷାଦ୍ଵିତୀୟ ସିଟିଂ- ଗଣିତ ପରୀକ୍ଷା୩- ନଭେମ୍ବର ୨୪ ତାରିଖ:ପ୍ରଥମ ସିଟିଂ- ତୃତୀୟ ଭାଷା,ଦ୍ଵିତୀୟ ସିଟିଂ- ସାଧାରଣ ବିଜ୍ଞାନ
➡️ତେବେ ମୋଟ୍‌ ୪୦ ନମ୍ବର ମାର୍କର ପରୀକ୍ଷା ହେବ । ୨୦ ମାର୍କର ସବ୍‌ଜେଟିଭ୍‌ ଓ ୨୦ ମାର୍କର ଅବ୍‌ଜେଟିଭ ପରୀକ୍ଷା କରାଯିବ ।
୧୭. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୪ ହଜାର ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୨୮୩ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି ।
୧୮. ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ । ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)
ଶୁଭସକାଳ,GOOD MORNING🙏 ଜୟ ମା’ ମଙ୍ଗଳା🙏ମଣିଷ ବଡ ହୋଇଗଲେ… ପିଲା ଦିନ ଭୁଲିଯାଏ… ବିବାହ ପରେ ପିତାମାତାଙ୍କୁ… ପିଲା ଛୁଆ ହେଲା ପରେ ଭାଇ ଭଉଣିକୁ ଭୁଲିଯାଏ… ପଇସା ହୋଇଗଲେ ଗରିବକୁ ଭୁଲିଯାଏ… ” ଆଉ “ଯେତେବେଳେ ବୁଢ଼ା ହୋଇଯାଏ…ସେତେବେଳେ ଭୁଲିଯାଇଥିବା ସମସ୍ତଙ୍କୁ ମନେପକାଇଥାଏ…..

Leave A Reply

Your email address will not be published.