ଆଜିର ଅନୁଚିନ୍ତା

ତାରିଖ - ୨୨.୧୦.୨୦୨୧ (ଶୁକ୍ରବାର)

0 220

☘️ବୟସ ବଢିବା ସହ ଆମ ହାତରୁ ପେନସିଲ୍ ଛଡେଇ ପେନ୍ ଧରେଇ ଦିଅନ୍ତି ।କାରଣ ଏହା ବୁଝେଇ ଦେବାକୁ — ଏବେ ଭୁଲ୍ କଲେ ଆଉ ଲିଭେଇ ହେବନାହିଁ ।
☘️ସମସ୍ତଙ୍କ ଠାରୁ ସବୁ ଜିନିଷ କେବେ ଆଶା କରିବା ଉଚିତ୍ ନୁହେଁ ,କାହିଁକି ନା ଲୋକ ଏଠି ମୁହଁରେ ଗୋଟେ କଥା କୁହନ୍ତି କିନ୍ତୁ ମନରେ ଆଉ ଗୋଟିଏ କଥା ରଖିଥାନ୍ତି ।
☘️ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ “ଜଣେ କୃଷ୍ଣ ” ଯେ ଲଢିଲେ ତ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇଦେଲେ, “ଆଉ ଜଣେ କର୍ଣ୍ଣ ” ଯେ ହାରିଗଲେ ପଛକେ ଶେଷ ପର୍ଯ୍ୟନ୍ତ ବନ୍ଧୁଙ୍କୁ ଛାଡିଗଲେ ନାହିଁ ।
☘️ସମ୍ପର୍କ କେବେ ବି ଦୂରତ୍ବରେ ଶେଷ ହୁଏ ନା,ସମ୍ପର୍କ ଶେଷ ହୁଏ କେବଳ ଅହଙ୍କାର,ଅସମ୍ମାନ,ସ୍ୱାର୍ଥପରତା ଏବଂ ବିଶ୍ବାସ ଘାତକ ଦ୍ଵାରା ।
☘️ଜନ୍ମରୁ କେହି କାହାର ମିତ୍ର ବା ଶତ୍ରୁ ନୁହେଁ;ବ୍ଯବହାରରେ ମିତ୍ରତା ଓ ଶତ୍ରୁତା ସୃଷ୍ଟି ହୋଇଥାଏ ।
☘️ନିଜର ଖୁସି ପାଇଁ କେବେ କାହା ସହିତ Time pass କରନ୍ତୁ ନାହିଁ,କାରଣ ତୁମର Time pass ସିନା ପୂରଣ ହୋଇଯିବ,ହେଲେ କେହି ଜଣେ ସବୁଦିନ ପାଇଁ ହସିବା ଭୁଲିଯିବ ।🙏ଜୟ ମା ସନ୍ତୋଷୀ🙏ଶୁଭ ସକାଳଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ.ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ।

Leave A Reply

Your email address will not be published.