ସ୍କୁଲରେ ପାଣିପିଇବାକୁ ବାଜିବ ଘଣ୍ଟି…

0 39

ଭୁବନେଶ୍ବର,୪ା୪(ଏସଏସନିଉଜ)ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳବିରତିଘଣ୍ଟି। ଜଳବିରତିଘଣ୍ଟି ବାଜିଲେ କ୍ଲାସରେଥିବା ପିଲା ପାଣିପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶଦେବେ ।ଏହାକୁ ପାଳନ କରିବାନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ (ଡିଇଓ) ଓ ଗୋଷ୍ଠୀ ଶିକ୍ଷାଅଧିକାରୀ (ବିଇଓ)ଙ୍କୁ ଚିଠି କରାଯାଇଛି। ତାପମାତ୍ରା ବୃଦ୍ଧିହେତୁ ନିର୍ଜଳୀକରଣ (ଡିହାଇଡ୍ରେସନ) ଜନିତ ସମସ୍ୟାକୁ ପୂର୍ବାନୁମାନକରି ରାଜ୍ୟର ସମସ୍ତବିଦ୍ୟାଳୟରେ ‘ଜଳବିରତିଘଣ୍ଟି’ ଲାଗୁ କରିବାକୁ ବିଭାଗପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.