ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍

0 39

ଭଦ୍ରକ,୪ା୪(ଏସଏସନିଉଜ)ଭଣ୍ଡାରୀପୋଖରୀ ମେଡ଼ିକାଲରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାଜ୍ବରରେ ଆକ୍ରାନ୍ତହୋଇଥିବା ଜଣେ ରୋଗୀଙ୍କୁ ନର୍ସ କୁକୁରକାମୁଡ଼ା ଇଞ୍ଜେକସନ୍ ଦେଇଥିବାର ଜଣାପଡିବାପରେ ଉତେଜନା ଦେଖାଦେଇଥିଲା । ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଥଣ୍ଡାଜ୍ବରରେ ପୀଡ଼ିତହୋଇ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ନେବାସହ ସହ ଅନ୍ୟାନ୍ୟ ଔଷଧ ମଧ୍ୟ ଲେଖିଥିଲେ।ତେବେ ନର୍ସଜଣଙ୍କ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁରକାମୁଡା ଇଞ୍ଜେକ୍ସନ ଦେଇଥିବାର ପରିବାରଲୋକ ଅଭିଯୋଗକରି ହୋହାହ୍ଲା କରିଥିଲେ ।ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପପରେ ସେମାନେ ଶାନ୍ତ ହୋଇଥିଲେ।ଘଟଣାର ପୁଲିସ୍ ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ।

Leave A Reply

Your email address will not be published.