ସର୍ପିଓଚୋରକୁ ଧରିଲା ବାରଙ୍ଗପୁଲିସ

0 337

ବାରଙ୍ଗ,୧୯।୩(ଡିଏନଏ) ଶନିବାର ଦିନରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲ ଆଗରୁ ଚୋରି ହୋଇଥିବା ଏକ ସର୍ପିଓକୁ ବାରଙ୍ଗ ପୋଲିସ ଜବତ କରିବାସହ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫ ଯୁବକ ହେଉଛନ୍ତି ବାଲିକୁଦାର ସୁବୁନି ଓରଫ ସିପ୍ତିରଞ୍ଜନ ନାୟକ ।
ପ୍ରକାଶଯେ,ଶନିବାର ଦିହିପହର ସମୟରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲଆଗରେ କୃଷ୍ଣଚନ୍ଦ୍ରପୁରର ସୁବାସ ଚନ୍ଦ୍ର ବାରିକ ନାମକ ଵ୍ୟକ୍ତି ତାଙ୍କର ଓଡି୦୫-ଏଓ।ଈ -୧୭୪୫ ନମ୍ବର ସର୍ପିଓକୁ ରଖି ଖାଉଥିଲେ।ଗାଡିର ଚାବିକୁ ଖାଇବା ଟେବୁଲ ଉପରେ ରଖି ଖାଉଥିବାବେଳେ ସିପ୍ତିରଞ୍ଜନ ଆସି ଖାଇବାପାଇ ସେହି ଟେବୁଲରେ ବସିଥିଲେ।ଖାଇବା ଅର୍ଡର ଦେଇ କୌଶଳକ୍ରମେ ଗାଡିଚାବିକୁ ନେଇ ହୋଟେଲ ବାହାରକୁ ଆସି ଗାଡିକୁ ନେଇ ପଳାଇଯାଇଥିଲେ।ସୁବାସ ଖାଇସାରିବାପରେ ବାହାରକୁ ଆସି ଗାଡିକୁ ନପାଇବାରୁ ହୋଟେଲ ମାଲିକଙ୍କୁ ଜଣାଇଥିଲେ।ହୋଟେଲରେ ଲାଗିଥିବା ସିସି କ୍ୟାମେରାରେ ଗାଡି ଚୋରି ହୋଇଥିବାର ଦେଖିବାପରେ ସୁବାସ ବାରଙ୍ଗ ଥାନାକୁ ଯାଇ ଅଭିଯୋଗ କରିଥିଲେ ।ପୋଲିସ୮୯/୨୩ କେଶନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ କରିଥିଲେ।

Leave A Reply

Your email address will not be published.