ସ୍କର୍ପିଓରୁ ଟଙ୍କାଲୁଟି ବନ୍ଧାହେଲେ ୫

ବୌଦ୍ଧ,୫ା୨(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓଗାଡ଼ିରୁ ଟଙ୍କାଭର୍ତ୍ତିବ୍ୟାଗ ଲୁଟିନେବା ଅଭିଯୋଗରେ ବାଉଁଶୁଣିଥାନା ହରିଡ଼ାପାଲିଗାଁର କୁଳମଣି ମେହେର, ବହିରାଗାଁର ସୁରେଶରଣା ଓରଫ ଶରତ, ହେମାନନ୍ଦନାଏକ ,କିସାନନାଏକ ଓ ନୀଳାଦ୍ରିନାଏକ ଙ୍କ ସମେତ୫ଜଣଙ୍କୁପୋଲିସ ଗିରଫକରି କୋର୍ଟଚାଳଣ କରିଛି ।ସେମାନଙ୍କଠାରୁ ଲୁଟହୋଇଥିବା ୧୫ଲକ୍ଷ ୧୫ହଜାର ଟଙ୍କା ସହ ଦାମୀ ହାତଘଣ୍ଟା, ୬ଟି ଡେବିଟ କାର୍ଡ, ୨ଟି କ୍ରେଡିଟ କାର୍ଡ ଓ କିଛି ବ୍ୟକ୍ତିଗତ ପରିଚୟପତ୍ର ପୁଲିସ ଜବତ କରିଛି ।ଜାନୁଆରି ୨୬ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବରଯାଉଥିବା ଏକ ସ୍କର୍ପିଓଗାଡ଼ି ବହିରାଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏଥିରେ ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଓ ଗଜରାଜପୁରର ରବି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ୫ଟି ବାଇକ ଓ ଗୋଟିଏ କାର୍ କ୍ଷତିଗ୍ରସ୍ତ ହୋଇଥିଲା।

 

- Advertisement -

Leave A Reply

Your email address will not be published.