ପୁରୀ,୧୪/୭(ଏସଏସନିୟୁଜ) ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଗତବର୍ଷ ଭଳି ଏଥର କରୋନା ପାଇଁ କଟକଣା ମଧ୍ୟରେ ହୋଇଛି ।ରଥଯାତ୍ରା ସମୟରେ ବାହାର ଲୋକଙ୍କୁ ପୁରୀ ମନା ହୋଇଥିବାବେଳେ ରଥଯାତ୍ରା ସମୟରେ ବାଲକୋନି ଓ ଛାତଉପରକୁ ଯାଇ ଦର୍ଶନ କରିବାରେ ଜିଲ୍ଲାପ୍ରସାଶନ କଟକଣା ମଧ୍ୟ ଲଗାଇଥିଲା ।କିନ୍ତୁ ବାରଣ ସତ୍ୱେ ଗଙ୍ଗା ଲଜ ଛାତ ଉପରୁ ରଥ ଦର୍ଶନ କରିଥିବା ଅଭିଯୋଗ ହୋଇଛି ।ଜିଲ୍ଲାପ୍ରଶାସନ ଦୃଢ଼ ପଦକ୍ଷେପ ସ୍ୱରୁପ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ସିଲ୍ କରିଥିବାର ଜଣାପଡିଛି ।