କଡାକଡି ପାଳନ ହେବ କୋଭିଡ୍ ଗାଇଡଲାଇନ

0 211

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) କୋଭିଡ୍ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ରରୁ ଆସିଲା କଡ଼ା ନିର୍ଦେଶ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ କଟକଣା କଡ଼ାକଡ଼ି କରିବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ସପିଂ ମଲ୍, ହାଟ, ବଜାର, ମାର୍କେଟ କମ୍ପ୍ଲେକ୍ସ ପ୍ରତି ନଜର ରଖିବାକୁ ଚିଠିରେ ନିର୍ଦ୍ଦେଶମଧ୍ୟ ଦିଆଯାଇଛି । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍ କରାଯାଇଛି ।

Leave A Reply

Your email address will not be published.