କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

0 331

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଥିବାନେଇ ନିଷ୍ପତ୍ତି ହୋଇଛି। ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଜୁଲାଇ ୧ ତାରିଖରୁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ମହାଙ୍ଗା ଭତ୍ତା ୧୭ ରୁ ୨୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର ।ତେବେ କୋଭିଡ ପାଇଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା ଭତ୍ତା ବନ୍ଦ ଥିଲା। ୧ ଜୁଲାଇ ୨୦୨୧ରୁ ପିଛିଲା ଭାବେ ଲାଗୁ ହେବ। ଫଳରେ ୪୮ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

Leave A Reply

Your email address will not be published.