ଯୁବତୀଙ୍କ ଘର ଆଗରେ ବୋମାମାଡ

0 368

କଣ୍ଟାପଡା, ୧୪/୭ (ଏସଏସନିୟୁଜ)ଏକତରଫା ପ୍ରେମ କରି ନିରାଶ ହେବାପରେ ପ୍ରେମିକାଙ୍କ ଅନ୍ୟତ୍ର ବିବାହ ହେବା ଜାଣି ତାଙ୍କ ଘରଆଗରେ ବିଫଳ ପ୍ରେମିକ ବୋମାମାଡ କରିଥିବାର ଗୋବିନ୍ଦପୁର ଥାନାରେ କମଳା ପାତ୍ର ନାମକ ମହିଳା ଅଭିଯୋଗ କରିଛନ୍ତି ।ଘଟଣାଟି କଣ୍ଟାପଡା ବ୍ରାହ୍ମଣବାଟୀ ଗ୍ରାମରେ ହୋଇଛି । କମଳା ପାତ୍ରଙ୍କ ଅଭିଯୋଗ ମୁତାବକ ଏହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ନାତୁଣୀର ଅନ୍ୟତ୍ର ବାହାଘର ହୋଇଯିବାରୁ ଉକ୍ତ ଯୁବକଜଣଙ୍କ ତା ସହଯୋଗୀଙ୍କୁ ସାଙ୍ଗରେ ଆଣି ରାଗରେ ବୋମାମାଡ କରିଛି । ଗୋବିନ୍ଦପୁର ଥାନାରେ ୮୩/ ୨୦୨୧ ରେ ମକଦ୍ଦମା ରୁଜୁ ହେବାସହ ତିହିଡି ଅଞ୍ଚଳରେ ରାଜେଶ ସ୍ୱାଇଁକୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।

Leave A Reply

Your email address will not be published.