ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

0 226

ଭୁବନେଶ୍ୱର,୪/୭(ଏସ ଏସ ନିୟୁଜ)ସଂସଦର ମୌୀସୁମୀ ଅଧିବେଶନ ଆସନ୍ତା ୧୯ତାରିଖରୁ ଆରମ୍ଭ ହେଉଥିବାବେଳେ ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ମାସରେ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।
ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ କୋଭିଡ୍ ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁୂ ହିଁ ଅଧିବେଶନରେ ସାମିଲ ହେବାକୁ ଅନିୁମତି ମିଳିବ। ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ କୋଭିଡ୍ ଡବଲ ଡୋଜ୍ ଟିକା ବାଧ୍ୟତାମୂଳକ କରାଯାଇଛି ।ଯଦି କେହି ଡବଲ ଡୋଜ୍ ଟିକା ନେଇନଥିବେ ତାଙ୍କୁ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି।ଅଧିବେଶନ ଆରମ୍ଭ ହେବାର ୧୪ଦିନ ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନାଯୋଗ୍ୟ, ରାଜ୍ୟ ସରକାର ମୌସୁମୀ ଅଧିବେଶନକୁ ଅଗଷ୍ଟ ପ୍ରଥମ ସପ୍ତାହରେ କରିବା ପାଇଁ ଯୋଜନା ରଖିଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନକୁ ପ୍ରାୟ ଦେଢ଼ମାସ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.