SI ସସପେଣ୍ଡ,ASI ଗିରଫ

0 476

ପୁରୀ,୧୭/୧(ଏସଏସନିୟୁଜ)ଲାଞ୍ଚ ନେବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦର ଥାନା ଏସ୍‌ଆଇଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି।ଅପରାଧିକ ଅଭିଯୋଗ ଆସିବାପରେ ପୁଲିସ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ।
କୃଷ୍ଣପ୍ରସାଦ ଥାନା ଏଏସ୍‌ଆଇ ଈଶ୍ୱରଚନ୍ଦ୍ର ଗୁମାନ ସିଂହ ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ SDPO ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତରୁ ସତ ଜଣାପଡ଼ିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିଲା ।
ଗତ ସେପ୍ଟେମ୍ବର ମାସରେ ଏକ ଜୁଆ ଅଡ୍ଡା ଉପରେ ପୁରୀ ସଦର ଥାନା ଏସ୍‌ଆଇ ଅତସୀ ଜେନା ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ନେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିଲେ । ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡେ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ତାଙ୍କ ଉପରେ ଆଜି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂହ।

Leave A Reply

Your email address will not be published.