ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା

0 400

ଗୋରୁମହିଷାଣୀ,୧୭/୦୧(ଏସଏସନିୟୁଜ)ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମହିଳାଙ୍କ ଦିଅରଙ୍କୁ ଅଟକ ରଖିଥିବା ବେଳେ ପୁତୁରା ଫେରାର ହୋଇଯାଇଛି ।
ସୂଚନାନୁସାରେ,  ଗଣପର୍ବ ମକର ପର୍ବରେ ସାରା ଅଞ୍ଚଳ ମସଗୁଲ ଥିବା ବେଳେ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ କଳସୀଭାଙ୍ଗା ଗ୍ରାମର ଜନୈକ ବିବାହିତା ମହିଳା ଶନିବାର ସଂଧ୍ୟାରେ ଘର ପଛପାଖ ଅଗଣାକୁ ଶୌଚ ପାଇଁ ଯାଇଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ମହିଳାଙ୍କ ସମ୍ପର୍କୀୟ ଦିଅର ଓ ପୁତୁରା ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ମହିଳାଜଣଙ୍କ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବାରୁ ଥାନା ଅଧିକାରୀ ପି.କେ. ସ୍ୱାଇଁ ୧୦/୨୧ରେ ମାମଲା ରୁଜୁ କରିଛନ୍ତି । ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ସଂପର୍କୀୟ ଦିଅରକୁ ଅଟକ ରଖିଛି ପୋଲିସ । ତେବେ ପୁତୁରା ଫେରାର ହୋଇଯାଇଛନ୍ତି । ପୁତୁରାକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.