ଶୀଘ୍ର ପୂରଣହେବ ଡ୍ରାଇଭରଙ୍କ ଦାବି !

ଭୁବନେଶ୍ୱର,୨୨ା୪(ଏସଏସନିଉଜ) ଖୁବଶୀଘ୍ର ପୂରଣହେବାକୁ ଯାଉଛି ଡ୍ରାଇଭରଙ୍କ ଦାବି । ଡ୍ରାଇଭର କଲ୍ୟାଣବୋର୍ଡ ଗଠନହେବାନେଇ ନିଷ୍ପତି ହୋଇଛି । ଡ୍ରାଇଭର ଏକତା ମହାମଞ୍ଚର ଦାବି ନେଇ ଲୋକସେବା ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିା ପରିବହନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନସଚିବ, ପରିବହନସଚିବ, ଆଇନମନ୍ତ୍ରୀ, ଶ୍ରମମନ୍ତ୍ରୀଙ୍କସମେତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲୋ ଡ୍ରାଇଭର କଲ୍ୟାଣବୋର୍ଡ ଗଠନ ନେଇ ବୈଠକରେ ନିଷ୍ପତ୍ତି ହେବାସହ ବୋର୍ଡରେ କିଏ ସଦସ୍ୟରହିବେ ସେନେଇ ବିଭାଗ ସ୍ଥିର କରିବା ଛୁଟିସତ୍ତ୍ୱେ ଡ୍ରାଇଭରଙ୍କ ହିତପାଇଁ ବୈଠକ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛିସଂଘା ୩ମାସ ମଧ୍ୟରେ ଦାବିପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ ସରକାର ।

 

- Advertisement -

Leave A Reply

Your email address will not be published.