ଶିଖରଚଣ୍ଡୀ ପାହଡରେ ୩ଟିକିଆ ହାତୀ

0 180

ବାରଙ୍ଗ,୨୪ା୩(ଏସଏସନିଉଜ) ରାଜଧାନୀ ଉପକଣ୍ଠରେ ଥିବ ଅନ୍ୟଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଶିଖରଚଣ୍ଡୀପାହାଡରେ ଜଙ୍ଗଲିହାତୀର ଆତଙ୍କ ଦେଖିବାକୁ ମିଳିଛି ।ଦ୍ୱିତୀୟଥରପାଇଁ ଜଙ୍ଗଲିହାତୀଙ୍କ ଦୈାରାତ୍ମ୍ୟ ଏଠାରେ ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ପାହଡରେ ୩ଟିକିଆ ହାତୀପଲ୍ଲ ଥିବାର ଜଣାପଡିବାପରେ ଅଂଚଳରେ ଆତଙ୍କ ଖେଳିଯାଇଥିଲା ।ଆଜି ଦିନତମାମ ତିନଟିକିଆହାତୀପଲ୍ଲ ପାହଡଉପରେ ବେଶ ଦୈାରତ୍ମ୍ୟ କରିଥିଲେ ।ବହୁ ଔଷଧିୟ ବୃକ୍ଷକୁ ଭାଙ୍ଗିରୁଜିଦେଇଥିଲେ । ପାହଡ ପାଦଦେଶରେ ଦାରୁଠେଙ୍ଗ, ପଥରଗାଡିଆ,କିଟ୍‌,ପଟିଆ ଆଦି ଜନବସତିମାନ ଥିବାରୁ ସମସ୍ତଙ୍କ ମନରେ ହାତୀକୁ ନେଇ ଭୟ ସୃଷ୍ଟି ହୋଇଥିଲା ।କାଳେ ହାତୀ ପାହଡ ଉପରୁ ବାହାରି ଜନବସତି ମୁହାଁ ହେବେ ସେଥିପାଇଁ ବିପଦରଆଶଙ୍କା ଦେଖାଦେଇଥିଲା ।ଖବରପାଇ ମନ୍ଦିର କମିଟି ସହ ବନବିଭାଗ କର୍ମଚାରୀମାନେ ପହଁଚି ସାଧାରଣଲୋକଙ୍କୁ ପାହଡ ଉପରକୁ ଛାଡିନଥିଲେ । ବନବିଭାଗ କର୍ମଚାରୀମାନେ ହାତୀର ଗତିପଥକୁ ଅନୁଧ୍ୟାନ କରିବା ସହ ଜଗି ରହିଥିଲେ ।ଭରତପୁର ଜଙ୍ଗଲରୁ ଆସିଥିବା ଏହି ତିନିଟିକିଆ ହାତୀପଲ୍ଲ ମଧ୍ୟରେ ଦୁଇଅଣ୍ଡିରା ଓ ଗୋଟିଏ ମାଇ ହାତୀ ରହିଥିବାବେଳେ ସେମାନଙ୍କୁ ଜଙ୍ଗଲକୁ ଫେରାଇନେବାକୁ ବନବିଭାଗ ଉଦ୍ୟମ ଆରମ୍ଭ କରିଛି ।ତେବେ ରାତି ହେଲେ ହାତୀତିନଟି ଜଙ୍ଗଲକୁ ଫେରିଯିବାର ଆଶା ରଖିଛି ବନବିଭାଗ ।

Leave A Reply

Your email address will not be published.