ଶିକ୍ଷକତାକୁ ଏକ ବୃତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ – ଉଚ୍ଚଶିକ୍ଷା ମନ୍ତ୍ରୀ

0 347

ଭୁବନେଶ୍ୱର,୨୮/୧୧-ଶିକ୍ଷାଦ୍ୱାରା ସମାଜରେ ନୁତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତି  ନଭାବି ବ୍ରତଭାବେ ଗ୍ରହଣ କରିବାକୁ ପଡିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ . ଅରୁଣ କୁମାର ସାହୁ ପ୍ରକାସ କରିଛନ୍ତି । ଗୁରୁବାରଦିନ ଜୟଦେବ ଭବନରେ ରାଜ୍ୟ ସିଲେକସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଦିଗଡର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ,ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶକ । ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଅବଶ୍ୟକ । ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାର ମାନସିକତା ରହିଲେ ସଫଳତାର ଶିର୍ଷରେ ପହଂଚି ହେବ ବୋଲି ମନ୍ତ୍ରୀ କହିଥିଲେ । ଉଚ୍ଚଶିକ୍ଷାକୁ ଉଚ୍ଚତର ସୋପନରେ ପହଁଚାଇବା ପାଇଁ ଅନେକ ସଂସ୍କାରମୁଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତିତ ୫-ଟି କୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇ ବିଭାଗରେ ସମ୍ପୁର୍ଣ ସ୍ୱଛତା ଅବଲମ୍ବନ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ ।

ଏହି ଉସବରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନସଚିବ ଶାଶ୍ୱତ ମିଶ୍ର ଯୋଗଦେଇ ଅଧ୍ୟାପକମାନେ ସମୟାନୁବର୍ତିତା ଅବଲମ୍ବନ କରି ନିଜ କର୍ତବ୍ୟ ପ୍ରତି ନିଷ୍ଠାପର ହେଲେ ଶିକ୍ଷା ବ୍ୟବସ୍ଥା ସହିତ ସମାଜର ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମସଚିବ ସୁରେନ୍ଦ୍ରକୁମାରପଣ୍ଡା ଏହାକୁ ପରିଚାଳନା କରିଥିଲେ । ଏହି ଦିଗଡର୍ଶନ  କାର୍ଯ୍ୟକ୍ରମରେ ୧୬ଟି ବିଭାଗର ୨୮୯ ଜଣ ଯୋଗ୍ୟ ବିବେଚିତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡିକରେ ଖାଲିଥିବା ଅଧ୍ୟାପକ ପଦବୀ ପୁରଣ ପାଇଁ ଏଭଳି ପଦକ୍ଷପ ନିଆଯାଇଛି ।

 

Leave A Reply

Your email address will not be published.