ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା

ଖବର ଆଜିର,ତାରିଖ ୧୪-୦୪-୨୦୨୧/ ବୁଧବାର

0 295

୧-ଆଇପିଏଲ୍‌-୨୦୨୧ : ବୋଲରଙ୍କ କମାଲ , ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇଲା ।
୨–ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ ।
୩-ଭାକସିନ ଅଭାବକୁ ନେଇ କେନ୍ଦ୍ରର ଜବାବ, ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉତ୍ତମ ସଞ୍ଚାଳନରେ ରହିଛି ।
୪-ମତ୍ସ୍ୟଚାଷୀଙ୍କ ପାଇଁ ଆରମ୍ଭ ହେଲା ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର
୫-ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବଡ ପରିମାଣର ଟିକା ଉତ୍ପାଦନ ପାଇଁଯୋଜନା । ବର୍ଷକୁ ୮୫୦ ମିଲିୟନ୍ ଡୋଜ୍ ଭାରତରେ ତିଆରି କରିବ ବିଦେଶୀ କମ୍ପାନୀ ।
୬-ଚଳିତବର୍ଷ ସ୍ୱଭାବିକ ମୌସୁମୀ, ସାଧାରଣରୁ ସାମାନ୍ୟ ଅଧିକ ହୋଇପାରେ ବର୍ଷା : Skymet weather ।
୭-ହରେକୃଷ୍ଣ ମହତାବଙ୍କ ଅବଦାନ ନେଇ ରାଜ୍ୟ ରାଜନୀତି ସରଗରମ, ବିଜେପି ଓ ବିଜେଡି ମଧ୍ୟରେ ଟ୍ଵିଟ୍ ଯୁଦ୍ଧ, ମୁହାଁମୁହିଁ ହେଲେ ପ୍ରଣବ-ସମ୍ଵିତ ।
୮-ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା । ପୁରୀ ଶ୍ରୀମନ୍ଦିରରେ ୨୩ଜଣ ସଂକ୍ରମିତ ଚିହ୍ନଟ । ସେପଟେ ଗଞ୍ଜାମରେ ବନ୍ଦ ହେଲା ସବୁ ମନ୍ଦିର ।
୯-ରିଲିଜ୍ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଆଧାରିତ ଫିଲ୍ମ “ନ୍ୟାୟ ଦ ଜଷ୍ଟିସ”ର ଟିଜର ।
୧୦-ଜନସନ୍ ଆଣ୍ଡ ଜନସନ୍ ଟୀକା ବନ୍ଦ କଲା ଆମେରିକା: ୬ ଜଣଙ୍କ ଠାରେ ଦେଖାଗଲା ଏଭଳି ଗମ୍ଭୀର ସମସ୍ୟା ।
୧୧-ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ।
୧୨-ଛତିଶଗଡରେ ସ୍ଥିତି ସଂଗୀନ: ମିଳୁନି ଜାଗା, ଷ୍ଟ୍ରେଚର ଓ ଆମ୍ୱୁଲାନ୍ସରେ ପଡିରହିଛି ଶବ ।।
୧୩-ନିର୍ବାଚନ କମିଶନରଙ୍କ ଆଦେଶ ବିରୋଧରେ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ପ୍ରଚାର ଉପରେ ୨୪ ଘଂଟା ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନର ।
୧୪-ସାମ୍ନାକୁ ଆସିଲା ଅଭାବନୀୟ ଘଟଣା: ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା ।
୧୫-ହାଇଦର୍ ଫେରାର୍ ଘଟଣା: ପୁଲିସ ପରିଚୟପତ୍ର ଦେଇ ରୁମ୍ ବୁକ୍‌, ଲଜ୍ ରେଜିଷ୍ଟର‌୍‌ରେ ଦୁଇ କନଷ୍ଟେବଳଙ୍କ ନାଁ ।
୧୬-କୁମ୍ଭମେଳାରେ କରୋନା ବିସ୍ଫୋରଣ, ୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ।
୧୭-ରାଜସ୍ଥାନ ରୟାଲ୍ସକୁ ଜୋରଦାର ଝଟକା, ଆଇପିଏଲ୍‌ରୁ ବାହାର ହେଲେ ବେନ ଷ୍ଟୋକ୍ସ ।
୧୮-କଂଗ୍ରେସର ଡିଜିଟାଲ ନ୍ୟୁଜ ଚାନେଲର ଉଦଘାଟନ ବୁଧବାର, ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ହେବ ମୁଖ୍ୟ ଉଦ୍ଦେଶ୍ୟ ।
୧୯-ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘର ୯୫ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମୋଦୀ ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.