ସିରିଜ ଦୁର୍ଘଟଣାରେ ୨ ମୃତ

0 76

ଯାଜପୁର, ୨୧।୮(ଏସଏସନିଉଜ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନଏଚ୍ ୧୬ ମୂଳାପାଳ ନିକଟରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଡ଼ମ୍ଫରଗାଡିକୁ ଏକଟ୍ରକ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତା ତଳେ କାମହେଉଥିବା ଏକ କ୍ୟାମ୍ପରଗାଡିକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଆହତଙ୍କୁ ପୁଲିସ ଉଦ୍ଧାର କରି ମଧୁବନ ମେଡିକାଲ ପଠାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରକୁ କୁଆଖିଆ ଥାନା ପୋଲିସ ଅଟକ ରଖି ତଦନ୍ତ ଚଳାଇଛିା

Leave A Reply

Your email address will not be published.