ସିରିଜ୍ ଦୁର୍ଘଟଣାରେ ୨ମୃତ୍ୟୁ,୩ ଗୁରୁତର

0 149

ବୌଦ୍ଧ ,୨୬ା୧(ଏସଏସନିଉଜ) ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ସ୍କର୍ପିଓଟି ପ୍ରଥମେ ଜଣେ ବାଇକ୍ ଆରୋହୀଙ୍କୁ ପିଟି ଅନ୍ୟ ୫ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା।ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ହୋଟେଲ୍ ଭିତରେ ପଶି ଯାଇଥିଲା। ମୃତକଙ୍କ ମଧ୍ୟରେ ଅଇଁଲାପାଲି ପିଇଓ ଗୋବିନ୍ଦ ସାହୁ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଅଛନ୍ତି। ପତାକା ଉତ୍ତୋଳନ ପାଇଁ ଅଇଁଲାପାଲି ପିଇଓ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି NH-57 ଅବରୋଧ କରିଛନ୍ତି।

Leave A Reply

Your email address will not be published.