ଶିଶୁରେଳଗାଡି-ଗଡୁଚି କମ୍ ଝୁଟୁଂଛି ବେଶୀ

0 334

ବାରଙ୍ଗ,୨୦/୧୧(ଏସଏସନିୟୁଜ)ଆପଣ ନୁଆ ଜିନିଷ କିଣିଲେ ୱାରେଂଟି ଓ ଗ୍ୟାରେଂଟି ମିଳିଥାଏ ।ଗ୍ରାହକମାନଙ୍କୁ ଆକର୍ଷିତ କରିବାପାଇଁ ବହୁ ବହୁ ଯୋଜନା ସଂସ୍ଥାମାନ କରୁଛନ୍ତି ।କିନ୍ତୁ ବିଶ୍ୱବିଖ୍ୟାତ ନନ୍ଦନକାନନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଆସିବା ଦିନଠାରୁ ବିଭ୍ରାଟ ।୭ବର୍ଷର ବ୍ୟବଧାନ ପରେ ନୁଆରୁପରେ ନନ୍ଦନକାନନରେ ଚାଲିଲା ଶିଶୁରେଳଗାଡି ।ଦୀର୍ଘବର୍ଷର ବ୍ୟବଧାନ ପରେ ଏହି ସୁବିଧା ଉପଲବ୍ଧ ହେଉଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଶିଶୁରେଳଗାଡିରେ ବୁଲି ମଜ୍ଜା ଉଠାଇବାପାଇଁ ବେଶ ଆଗ୍ରହ ରହିଥିଲା ।ଏବେ କିନ୍ତୁ ଫିକା ପଡିବାକୁ ଯାଉଛି ।ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ମୁଳଦୁଆ ପକାଇଥିବା ଅଧିକାରୀ ପ୍ରମୋସନ ପାଇଁ ଏଠାରୁ ଗଲେଣି ।ସେ କରିଯାଇଥିବା ପରକଳ୍ପନା ଓ ଯୋଜନା ଏବେ ନନ୍ଦନକାନନ ପାଇଁ ଚିନ୍ତାର କାରଣ ସାଜିଛି ।ଏହାକୁ ଘରୋଇକଣରେ ଦେଇ ବେଶ ମୋଟା ଅଙ୍କ ରୋଜଗାର କରିବାକୁ ଚିନ୍ତା କରିଥିବା ନନ୍ଦନକାନନ ମୁଖିଆଙ୍କ ନୀଦ ହଜାଇଦେଲାଣି ।ଏବେ ସମସ୍ତେ କହିବା ଆରମ୍ଭ କଲେଣି ଶିଶୁରେଳଗାଡି ଗଡୁଚି କମ୍ ଝୁଟୁଂଛି ବେଶୀ ।

ଶିଶୁରେଳଗାଡିର ବିବାଦରେ ନନ୍ଦନକାନନ ମୁଖିଆ ଛନ୍ଦି ହୋଇପଡିଛନ୍ତି । ଗତମାସ ୮ତାରିଖ ରାଜ୍ୟସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଲୋକାର୍ପଣ କରିଥିଲେ ।ସେହିଦିନ ଉସ୍‌ାହର ସହ କିଛି ଅତିଥିମାନେ ଶିଶୁରେଳଗାଡିରେ ବୁଲିଥିଲେ ।ବାକିରହିଯାଇଥିବା ନିମନ୍ତ୍ରିତ ପାଇଁ ଆସିଥିବା ଅତିଥିମାନେ ବୁଲିବାକୁ ଚାହଁଥିଲେ ମଧ୍ୟ ଅନୁମତି ମିଳିନଥିଲା ଏବଂ ଶିଶୁରେଳଗାଡି ବନ୍ଦ ରହିଥିଲା ।ବିଧିବଦ୍ଧଭାବେ ୧୪ତାରିଖରେଚାଲିଲା, ୧୫ରେ ଖରାପ ହେଲା ।ମରାମତି ପରେ ପୁଣି ଚଳିତ ମାସ ୧୬ରେ ପୁଣି ଶିଶୁରେଳଗାଡି ଗଡିବା ଆରମ୍ଭ ହୋଇଥିଲା। ଦିନକ ପରେ ପୁଣି ଶିଶୁରେଳଗାଡି ଖରାପ ହୋଇଯାଇଥିଲା । ଭୁବନେଶ୍ବର ଆଇଆଇଟିର ୬ଜଣ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞିନିୟର ଆସି ମରାମତି କଲେ,ଟ୍ରାୟାଲନେଲେ ।ରାଜସ୍ୱବିଭାଗ ରେଞରଙ୍କ ଉପସ୍ଥିତିରେ ସବୁକର୍ଯ୍ୟସରିଲା ।ମରାମତି ସରିବାପରେ ମୁଖିଆମାନଙ୍କ ସହ ଆଲୋଚନା କଲେ ।ଏହାପରେ ଶୁକ୍ରବାର ଗଡିଲା ଟ୍ରେନ ।ଗଡିବାର ଦିନକପରେ ଶନିବାର ପୁଣି ତୃତୀୟ ଥରପାଇଁ ବିଭ୍ରାଟ ଦେଖାଦେଇଥିଲା ।ପ୍ରଥମଟ୍ରିପରେ ୭ଜଣ ପର୍ଯ୍ୟଟକନେଇ ବୁଲାଇ ଫେରୁଥିବାବେଳେ ବ୍ୟାଟେରିରେ ଯାନ୍ତ୍ରିକ ତୃଟି ଦେଖାଦେବା ସହ କାରବନ ଅତ୍ୟାଧିକ ଥଣ୍ଡା ଯୋଗୁଁ ଧୂଆଁ ବାହାରିଥିଲା।କୈାଶଳକ୍ରମେ ଚାଳକ ଟ୍ରେନଟିକୁ ଷ୍ଟେସନ ପର୍ଯ୍ୟନ୍ତ ନେଇଆସିବାରୁ ପର୍ଯ୍ୟଟକମାନେ ନିରାପଦର ସହ ଓହ୍ଲାଇଥିଲେ ।
ଘରୋଇକରଣ କରି ବେଶ ଲାଭବାନ ହେଉଥିବା ନନ୍ଦନକାନନ ଏଥର ଶିଶୁରେଳଗାଡିର ପରିକଳ୍ପନା କରିଥିଲେ ।କିନ୍ତୁ ଶିଶୁରେଳଗାଡିଟି ବେଶି ଚାଲିବା ଅପେକ୍ଷା ବେଶୀ ଝୁଂଟୁଥିବାରୁ ଠିକାଦାରମାନେ କେଉଁଭଳିଭାବେ ବ୍ୟବସାୟିକଭାବେ ଏହାକୁ ଗ୍ରହଣ କରିବେ ତାହା ସମୟହିଁ କହିବ ।
ଅନ୍ୟପଟେ ନୁଆକରି ଆସିଥିବା ଶିଶୁରେଳଗାଡିକୁ ଦେଇଥିବା ସଂସ୍ଥା ରାଇଟ୍ସ ଏବେ ଚଳାଉଛି ।ଏଥିପାଇଁ ନନ୍ଦନକାନନ ମଧ୍ୟ ଉକ୍ତ ସଂସ୍ଥାକୁ ମାସିକ ଅର୍ଥ ମଧ୍ୟପ୍ରଦାନ କରୁଅଛି ।ମୁଖିଆମାନଙ୍କ ଉପସ୍ଥିତିରେ ମରାମତି ହେଉଛି ।ମରାମତି ସରିବାପରେ ଆଲୋଚନା ହେଉଛି ।ତାହାପରେ ବାଲିବାପାଇଁ ସବୁଜ ସଙ୍କେତ ଦେଉଛନ୍ତି ମୁଖିଆ ।ଚାଲୁଛି ପୁଣି ଖରାପ ହେଉଛି ।ତେବେ ଏସିରୁମରେ ନବସି ମରାମତି ସମୟରେ ଉପସ୍ଥିତ ରହି ପକୃତ ଘଟଣାକ୍ରମକୁ ପରଖାଗଲେ ବୋଧେ ସ୍ଥାୟୀ ସମାଧାନ ବାହାରିପାରନ୍ତା ବୋଲି ଲର୍ମଚାରୀମାନେ କହିବୁଲୁଛନ୍ତି ।ଏବେ ଦେଖିବାକୁ ବାକି ରହିଲା ଶିଶୁରେଳଗାଡିର ଝୁଂଟିବା କେବେ କମୁଛି ଓ ୪କୋଟି ୯୮ଲକ୍ଷଟଙ୍କାର ଖର୍ଚ୍ଚପରେ ଝୁଂଟିବା ବନ୍ଦ ପାଇଁ ଆଉ କେତେ ଟଙ୍କା ଖର୍ଚ୍ଚ କରାଯାଉଛି ନା ଦେଇଥିବା ସଂସ୍ଥା ୱାରେଂଟି ବା ଗ୍ୟାରେଂଟିରେ ମରାମତି କରୁଛି ।(ଗୈାତମ ରାଉତଙ୍କ ରିପାର୍ଟେ)

Leave A Reply

Your email address will not be published.