ଏସ ଟି ଏଫ କବଜାରେ ବାଘଛାଲ ବେପାରୀ

ଭୁବନେଶ୍ୱର,୨୧/୧୧(ଏସ ଏସ ନିୟୁଜ) ପୁଣି ଏସ ଟି ଏଫ କବଜାରେ ବାଘଛାଲ ବେପାରୀ ଧରାପଡିଛି ।ବୌଦ୍ଧ -କଣ୍ଟାମାଳ ରେଞ୍ଜ ବନବିଭାଗ କର୍ମଚାରି ଓ ଏସ୍ ଟି ଏଫ ମିଳିତ ଚଢ଼ଉ କରି ବୌଦ୍ଧ ଲଣ୍ଡା ଗ୍ରାମରୁ ସଚିତନ ନାୟକ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି ।ଏହି ଯୁବକ ଜଣଙ୍କ ଏକ କଲରା ପତାରିଆ ବାଘ ଛାଲ କୁ ବିକ୍ରୟ କରିବାକୁ ଉଦ୍ୟମ କରୁଥିବାବେଳେ ବାଘ ଛାଲ ସହ ସଚିତନ କୁ ଧରିବାରେ ସକ୍ଷମ ହୋଇଛନ୍ତି।ଗିରଫ ସଚିତନ ର ଘର ସ୍ଥାନୀୟ ବାଲିଗୁଡା ଥାନା ଅନ୍ତର୍ଗତ ପୁରୁଘାଟ ଗ୍ରାମରେ ବୋଲି ସୂଚନା ମିଳିଛି।

- Advertisement -

Leave A Reply

Your email address will not be published.