ଶୀତଳଷଷ୍ଠୀ ପାଇଁ ଉଠିଲା ଥାଳ

0 204

ସମ୍ବଲପୁରର,୧୬/୫(ଏସଏସନିୟୁଜ) ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ପବିତ୍ର ଅକ୍ଷୟ ତୃତୀୟ ତିଥି ରେଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ଏହାସହ ପରମ୍ପରା ଅନୁଯାୟୀ ଶିବାଳୟମାନଙ୍କରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ମଧ୍ୟ ଚୟନ କରାଯାଇଛି । ଐତିହ୍ୟ ପରମ୍ପରାନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ କୋଭିଡ଼ କଟକଣାରେହୋଇଯାଇଛି । ଝାଡୁଆପଡା, ନନ୍ଦପଡା , ମନ୍ଦିରରେ ବୁଢ଼ାରଜ. ପାହାଡ଼େଶ୍ୱର ଶୀତଳେଶ୍ୱର ଓ ମୁଦିପଡାସ୍ଥିତ ଶିବ ମନ୍ଦିରରେ ନିରାଡମ୍ବର ଭାବରେ ବିଧିରକ୍ଷା ପୁର୍ବକ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯକ୍ରମ ହୋଇଯାଇଛି । ମନ୍ଦିର ପୂଜକ , କନ୍ୟା ମାତା-ପିତାଙ୍କ ସହ ହାତଗଣତି ଅଳ୍ପ କେତେଜଣ ଲୋକଙ୍କ ଉପସ୍ଥିତି ଥିଲେ ।ତେବେ ଥାଳ ଉଠାରୁ ଦେବ ଦମ୍ପତିଙ୍କ ନଗର ପରିକ୍ରମା ପର୍ଯ୍ୟନ୍ତ ଏକ ମାସ ଧରି ଶିବାଳୟ ଗୁଡିକରେ ବିଭିନ୍ନ ପ୍ରକାରର କାର୍ଯକ୍ରମ ଅନୁଷ୍ଠିତ ହୋଇଥାଏ।କିନ୍ତୁ କରୋନା ଯୋଗୁ ଏହା ଫିକା ପଡିଯିବାର ସମ୍ଭାବନା ଦେଖାଦେଇଛି ।

Leave A Reply

Your email address will not be published.