ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ

0 130

ଭୁବନେଶ୍ୱର,୩ା୯(ଏସଏସନିଉଜ)ଶୋଇରହିଛି ପ୍ରଜ୍ଞାନ । ପ୍ରଥମପର୍ଯ୍ୟାୟକାର୍ଯ୍ୟ ଶେଷକରି‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ନିଷ୍କ୍ରିୟ ଅବସ୍ଥାରେ ରଖାଯାଇଛି । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟହେଲେ ‘ରୋଭର୍ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି।‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍ ଅଫ୍‌’ କରିଦିଆଯାଇଛି । ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀସୂର୍ଯ୍ୟୋଦୟ ସମୟରେ ଯେମିତି ଆଲୋକଗ୍ରହଣ କରିପାରିବ, ସେମିତିଭାବେ ‘ସୋଲାର୍ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’ ଅନ୍ ରଖାଯାଇଛି ବୋଲି ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍‌ସି ‘ଇସ୍ରୋ’ କହିଛି

Leave A Reply

Your email address will not be published.