ସୋମନାଥଙ୍କପୀଠରେ ଏକାଠିହେଲେ ଉତ୍ତର ବିଜେଡି କର୍ମୀ

0 415

ବାରଙ୍ଗ,୯/୮(ଏସଏସନିୟୁଜ)ଆଗକୁ ଆସୁଛି ପଂଚାୟତ ନିର୍ବାଚନ।ଏହାକୁ ଦୃଷ୍ଟିରେ ରଖି ବିଜେଡି ଆରମ୍ଭ କରିଦେଇଛି ତାର ଗୋଟି ଚାଳନା। ସୋମବାର ଦିନ ବନ୍ଧୁମିଳନ ମାଧ୍ୟମରେ ବିଜେପିର କିଛି ଆଗଧାଡ଼ିର କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ରାଜଧାନୀ ଉପକଣ୍ଠ ବାରଙ୍ଗ ତଥା ପଟିଆ ଅଞ୍ଚଳର ସର୍ବପୁରାତନ ଓ ସୁପ୍ରସିଦ୍ଧ ଶୈବପୀଠ ଢାୱା ଗ୍ରାମରେ ଅବସ୍ଥାପିତ ବାବା ସୋମନାଥମନ୍ଦିରରେ ସୋମବାର ଦିନ ଏହିଭଳି ପରିବେଶ ଦେଖିବାକୁ ମିଳିଥିଲା ।ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ସବୁସମୟରେ ଗୁରୁତ୍ୱ ବହନ କରୁଥିବା ରଘୁନାଥପୁର,ଦାଢା,କଲ୍ୟାଣପୁର,ବରିମୁଣ୍ଡ ଓ କଳାରାହଙ୍ଗକୁ ନେଇ ଗଠିତ ପାଞ୍ଚ ପଞ୍ଚାୟତକୁ ନିର୍ବାଚନ ସମୟରେ ସବୁଦଳମାନେ ଫୋକସରେ ରଖିଥାନ୍ତି ।ଆଗକୁ ପଂଚାୟତ ନିର୍ବାଚନ ପାଖେଇଆସୁଥିବାରୁ ପ୍ରଥମକରି ବିଜେଡି ତାର ଗୋଟିଚାଳନା କରିବା ଆରମ୍ଭ କରିଥିବାବେଳେ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ଜଣାପଡିନାହିଁ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣ ମୂଳ ସ୍ତରରେ ଦଳକୁ ମଜଭୂତ କରିବା ପାଇଁ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି।ଏଥିôରେ ପାଂଚପଂଚାୟତର ବହୁ ବିଜେଡିକର୍ମୀମାନଙ୍କ ସହ ଲୋକପ୍ରତିନିଧିମାନେ ଏକାଠି ହୋଇଥିଲେ । ଏହିଅବସରରେ ୫ପଂଚାୟତରୁ୩୨ଜଣ ବିଜେପିର ଆଗଧାଡିର କର୍ମୀ ବିଦ୍ଧିବଦ୍ଧଭାବେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ନୁଆକରିମିଶିଥିବା ସମସ୍ତକର୍ମୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହାପରେ ବନ୍ଧୁମିଳନର ଦାୟିତ୍ୱନେଇଥିବା ସ୍ଥାନୀୟ ଦଳୀୟକର୍ମୀମାନେ ଉପସ୍ଥିତଥିବା ସମସ୍ତକର୍ମୀମାନଙ୍କୁ କାନ୍ଥଘଂଟା ଓ ଛତା ବାଂଟିଥିଲେ । (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.