ହାଇ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

0 213

ଭୁବନେଶ୍ୱର,୧୦/୮(ଏସଏସନିୟୁଜ) ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀଙ୍କ ଧମକ ଆସିବା ପରେ ସଜାଗ ହୋଇଯାଇଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତୁପକ୍ଷ ।୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରର କଡା ସୁରକ୍ଷା ବ୍ୟବସ୍ଥା ସହ ରେଡ୍ ଆଲର୍ଟ କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭିଜିଟର ପାସ୍ ମଧ୍ୟ ବନ୍ଦ କରାଯାଇଛି । ଯାତ୍ରୀଙ୍କୁ କଡ଼ା ଚେକିଂ ସହିତ ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବାସହସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯାଞ୍ଚ କରି ଛଡାଯିବାର ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.