ବାରଙ୍ଗ,୧୯।୫(ଏସଏସନିୟୂଜ)ପୁରୀ ମୁଖ୍ୟକେନାଲ କୂଳରେ ନୂଆକରି ନିର୍ମିତ ମହାଦେବ ମନ୍ଦିରରେ ଆରମ୍ଭ ହୋଇଥିବା ଧ୍ଵଜା ସ୍ଥାପନ, ବିଗ୍ରହ ମନ୍ଦିର ପ୍ରବେଶ ଓ ମନ୍ଦିର ପ୍ରତିଷ୍ଠା ଉସବ୍ ସୋମବାର ସମ୍ପର୍ନ୍ନ ହୋଇଯାଇଛି।ଏଥିନିମନ୍ତେ ୧୫ତାରିଖ ଗୁରୁବାରରୁ ମନ୍ଦିର ପରିସରରେ ଆରମ୍ଭ ହୋଇଥିବା ମହାଯଜ୍ଞର ସୋମବାର ସଂଧ୍ୟାରେ ପୂର୍ଣ୍ଣାହୁତି ହୋଇଛି।ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁ ଦେବକର୍ମ ରେ ସନ୍ଧ୍ୟାରେ ଉପସ୍ଥିତ ରହି ପ୍ରଭୁଙ୍କ କୃପାଲାଭ କରିଥିଲେ।୫ଦିନ ବ୍ୟାପି ଏହି କାର୍ଯ୍ୟକ୍ରମର ପ୍ରତ୍ୟହ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।ଶ୍ରିବନ୍ତପୁର ଗ୍ରାମବାସୀମାନେ ଏହାକୁ ପରିଚାଳନା କରିଥିଲେ।
