ଷ୍ଟାଫସିଲେକସନ ଦୁର୍ନୀତିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ  ଲମ୍ବିଛି

0 216

ଭୁବନେଶ୍ୱର, ୫/୮(ଏସଏସନିୟୁଜ):ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ନବୀନ ସରକାରର ଅସଲ ମୁଖା ଏବେ ଲୋକଲୋଚନକୁ ଆସିଛି । ଦୁର୍ନୀତିକୁ ରୋକିବା ପାଇଁ ୫ଟି ବିଭାଗ ନବୀନବାବୁ ସୃଷ୍ଟି କଲେ । ଏହି ୫ଟି ଟିମ ୱାର୍କ, ଟ୍ରାନସ୍‌ଫରେନ୍ସି, ଟ୍ରାନସ୍‌ଫରମେସନ, ଟେକ୍ନଲୋଜି, ଟାଇମଲିମିଟ୍‌କୁ ନେଇ କାର‌୍ୟ୍ୟ କରୁଛି ବୋଲି ପ୍ରତିଦିନ ଡିଣ୍ଡିମ ପିଟୁଛି ସରକାର । ମୋ ସରକାର ଓ ୫ଟି ବାବଦରେ ଖୋଦ ମୁଖ୍ୟମନ୍ତ୍ରୀ ଏଭଳି ଏକ ଧାରଣା ସୃଷ୍ଟି କରିଛନ୍ତି ଓଡ଼ିଶାରେ ଦୁର୍ନୀତିକୁ ଏ ସରକାର ସ୍ପୃହା କରେନାହିଁ । କିନ୍ତୁ ବାସ୍ତବଚିତ୍ର ଓଡ଼ିଶାରେ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଏତେ ମାତ୍ରାରେ କାୟା ବିସ୍ତାର କରିଛି ଯେ ତାହା ନକହିଲେ ନସରେ ବୋଲି ପୂର୍ବତନ ବିଧାୟକ ତଥା ବରିଷ୍ଠ ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି ଯଦି ଶାସନ ବ୍ୟବସ୍ଥାରେ ଟ୍ରାନଫରେନ୍ସିକୁ ଗୁରୁତ୍ୱ ଦିଆଯାଇଥାନ୍ତା ତାହେଲେ ଓଡ଼ିଶା ସରକାରଙ୍କ ଷ୍ଟାଫସିଲେକସନ କମିସନର ସଚ୍ଚିବଙ୍କର ସାମନ୍ୟ ଜଣେ ବ୍ୟକ୍ତିଗତ ସହାୟକଙ୍କ ଘରୁ କୋଟି କୋଟି ଟଙ୍କା ସମେତ ଅଚଳାଚଳ ସ୍ଥାବର ସମ୍ପତି ସୁନା ଅଳଙ୍କାର ବାହାରୁଛି କିଭଳି । ତଦନ୍ତରୁ ଯାହା ଜଣାପଡ଼ିଲା ଷ୍ଟାଫସିଲେକସନ ବ୍ୟକ୍ତିଜଣଙ୍କ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କର ଭାଗ୍ୟ ସହିତ ଦୀର୍ଘ ୨୦ ବର୍ଷଧରି ଖେଳଖେଳୁଥିଲେ । ସରକାର ଚାକିରୀ ବିକ୍ରି କରୁଥିଲେ ଓଡ଼ିଶାର ଶୀକ୍ଷିତ ମେଧାବୀ ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ପାଦରେ ଦଳି ଦେଇ ଫୋଫାଡ଼ି ଦେଇପାରୁଥିଲେ । ଚାକିରୀ ବିକ୍ରୀ ଅର୍ଥକୁ ଷ୍ଟାଫସିଲେକସନ କମିଶନର ବଡ଼ବଡ଼ ଅଧିକାରୀ ମାନଙ୍କ ଭିତରେ ବଂଟାଯାଉଥିଲା ।
୨୦୧୨ ମସିହାରୁ ୩ଟି ଚାଲିଛି । ସେିହ ୩ଟି ମଧ୍ୟରେ ସାଧୁତା (ଟ୍ରାନଫରେନ୍ସି) ଓ ସମାୟନୁବର୍ତିତା (ଟାଇମଲିମିଟ) ମଧ୍ୟ ଥିଲା । କିନ୍ତୁ କିଭଳି ସରକାର ଟ୍ରାନଫରେନ୍ସି ଓ ଟାଇମଲିିମିଟକୁ କିପରି ଗୁରୁତ୍ୱ ଦେଉଥିଲେ ତାହା ଏଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି । ୨୦୧୨ ମସିହାରେ ଯେଉଁ ନିଯୁକ୍ତି ବିଜ୍ଞାପନ ବାହାରୁଥିଲା ତାହାର ପରୀକ୍ଷା ୨୦୧୫ରେ ହେଉଥିଲା ଏବଂ ୨୦୧୮ରେ ଫଳ ବାହାରୁଥିଲା । ସେହିପରି ୨୦୧୫ର ନିଯୁକ୍ତି ବିଜ୍ଞାପନ ୨୦୨୧ରେ ପରୀକ୍ଷା ହେଉଛି । ଗୋଟିଏ ନିଯୁକ୍ତି ବିଜ୍ଞାପନ ଠୁ ଆରମ୍ଭ କରି ଫଳ ବାହାର କରିବା ପର‌୍ୟ୍ୟନ୍ତ କ’ଣ ପାଇଁ ୬ ବର୍ଷ ସମୟ ନେଉଥିଲେ ଏବଂ ୬ ବର୍ଷ ମଧ୍ୟରେ କମିସନର କ’ଣ ସବୁ କାମ ହେଉଥିଲା । ଏହି ସମୟ ଗଡ଼େଇ ଗଡ଼େଇ ଚାଲିବାରୁ ଆଶାୟୀ ପ୍ରାର୍ଥୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଚାକିରୀ ଦେବାର ଭରସା ଦେଇ ଆଦାୟ କରାଯାଉଥିଲା । ଏହି ଟଙ୍କା କ’ଣ କେବଳ ବିରଂଚି ସାହୁ ନେଉଥିଲେ ନା ଏହାର ସିଂଘ ଭାବ କମିସନର, ସଦସ୍ୟ ଓ ତଥା ସଦସ୍ୟ ସଚ୍ଚିବ ଏବଂ ତୃତୀୟ ମହଲାରେ ନବୀନ ବାବୁଙ୍କ ଚୁର୍ତୁପାଶ୍ୱରେ ଘୁରିବୁଲୁଥିବା ବାବୁମାନେ ନେଉଥିଲେ ବୋଲି ପ୍‌ରଶ୍ନକରିଛନ୍ତି ଦେବାଶିଷ ।
ଓଡ଼ିଶାର ଲକ୍ଷଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତ ସହିତ ଏହି ୨୦ ବର୍ଷ ଭିତରେ ନବୀନବାବୁ ଯେଉଁ ଖେଳଖେଳିଛନ୍ତି ତାହା କେବଳ ଏହି ଷ୍ଟାଫସିଲେକସନ ଏକମାତ୍ର କହାଣୀ ନୁହେଁ । ଓଡ଼ିଶା ପ୍ଲବିକ ସର୍ଭିସ ସମେତ ସମସ୍ତ ବିଭାଗ ତଥା ଜିଲ୍ଲାସ୍ତରରେ ନିଯୁକ୍ତିରେ କେଉଁଭଳି ଦୁର୍ନୀତି ହେଉଛି ତାହା ସ୍ପଷ୍ଟ ପ୍ରମାଣିତ । ଆଜି ଯଦି ଓଡ଼ିଶାର ବେରୋଜଗାର ସମସ୍ୟା ଏତେ ଗୁରୁତ୍ୱର ସମସ୍ୟା ହୋଇପଡ଼ିଛି ଏହା ନବୀନ ବାବୁଙ୍କ ଯୁବକଯୁବତୀ ମାନଙ୍କ ପ୍ରତି ଦାନ । ଦାଶ କୋର୍ଟର ତତ୍ୱାବଧାନରେ ତଦନ୍ତ ଦାବି କରିବା ସହିତ ଷ୍ଟାଫସିଲେକସନ କମିସନର, ମେମ୍ବର ଓ ସଚ୍ଚିବମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏବଂ ଯେ ପର‌୍ୟ୍ୟନ୍ତ ତଦନ୍ତ ସରିନାହିଁ ସେପର‌୍ୟ୍ୟନ୍ତ କମିସନରଙ୍କ ଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ଓ ସଚ୍ଚିବମାନଙ୍କୁ କାର‌୍ୟ୍ୟରୁ ବାହାର କରାଯାଉ କଂଗ୍ରେସ ଦାବି କରୁଛି ବୋଲି ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ କହିଥିଲେ ।
ଛାତ୍ରମାନଙ୍କୁ ଚାକିରୀ ଦେବାନାରେ ସେମାନଙ୍କ ଠାରୁ ଅର୍ଥ ଲୁଟକରି ଯେଉଁ ପ୍ରତାରଣା କରିଚାଲିଛନ୍ତି ତାକୁ ଛାତ୍ର ସମାଜ କେବେ ବରଦାସ୍ତ କରିବନାହିଁ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ।ଏହି ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ଆଗାମୀ ତିନି ଦିନ ମଧ୍ୟରେ ୩୩ ଗୋଟି ସାଙ୍ଗଠନିକ ଜିଲ୍ଲାରେ ଆନ୍ଦୋଳନ କରିବ ଏବଂ ଆଗାମୀ ଦିନରେ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ସହ ବିଧାନସଭା ଆଗରେ ବଡ଼ଧରଣର ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.