ବିଏମସି ବିରୁଦ୍ଧରେ ବିକ୍ଷୋଭ କଲେ,ଲେକଙ୍କୁ ସଚେତନ କଲେ

0 200

ଭୁବନେଶ୍ୱର,୫/୮(ଏସଏସନିୟୁଜ):ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ବିଶେଷ କରି ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି।ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।ପ୍ରତି ଦିନ ୩୦ ରୁ ୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି।ରାଜଧାନୀ ରେ କରୋନା ପରେ ଡେଙ୍ଗୁ ଜ୍ଵର ଏକ ବଡ଼ ସମସ୍ୟା ପାଲଟିଛି।କିନ୍ତୁ ଦୁର୍ଭାଗ୍ୟର କଥା ବିଏମ୍ସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଛି । ରାଜଧାନୀ ବାସୀଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶ୍ରୁତିବଦ୍ଧ ହେବା ଦରକାର। କିନ୍ତୁ ବିଏମସି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛି।ଭୁବନେଶ୍ୱର ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତା ଘାଟ ମରା ମତି କରିବା ଦିଗରେ ବିଏମସି ସମ୍ପୂର୍ଣ୍ଣ ଭାବେ ଚୁପ ରହିଛି।ବିଭିନ୍ନ ପୁରୁଣା ଗାଡ଼ି ଗ୍ୟାରେଜ ରେ ଥିବା ଟାୟାର, ଫୁଲକୁଣ୍ଡ, ପଇଡ଼ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସ୍ଥାନ ଗୁଡିକରେ ମଶା ଙ୍କର ବଂଶ ବୃଦ୍ଧି ହେଉଛି ଏବଂ ଡେଙ୍ଗୁ ରୋଗ ବ୍ୟାପୁଛି।ସେହି ସ୍ଥାନ ଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାରବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ । ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ରାଜାରାଣୀ ମଣ୍ଡଳର ବିଜେବି ନଗର, ମହିଁଶା ଖାଲ ବସ୍ତି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା ଅଭିଯାନ ଓ ବିଭିନ୍ନ ସ୍ଥାନରେ ମଶା ତେଲ ଆଦି ଛିଞ୍ଚନ କରାଯାଇଥିଲା।ଏଥିରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ, ରାଜାରାଣୀ ମଣ୍ଡଳ ସଭାପତି ଅମରଜ୍ଵତି ଜଗଦ୍ଦେବ,ଜିଲ୍ଲା ସମ୍ପାଦକ ତାପସ ଦଳେଇ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ କୁମାର ପଶ୍ଚିମକବାଟ ନାରୀନେତ୍ରୀ ବିନ୍ଦୁଲତା ବଳିଆରସିଂ, ସବିତା ପଟ୍ଟନାୟକ, କଲ୍ୟାଣି ପଣ୍ଡା,ନାରାୟଣ ତ୍ରିପାଠୀ, ମୁରଲୀଧର ନାୟକ, ପ୍ରମୁଖ ଯୋଗଦେଇ ଥିଲେ।

Leave A Reply

Your email address will not be published.