ଏନଡିଆରଏଫ୍ ରେ ରକ୍ତଦାନ ଶିବିର

0 205

ବାରଙ୍ଗ, ୫/୮(ଏସଏସନିୟୁଜ) ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ ‘ଅମୃତ ମହୋତ୍ସବ’ ଯୋଜନାରେ ବାରଙ୍ଗ ବ୍ଲକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାହିନୀ ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ୩ୟ ବାହିନୀର ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟା ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।କଟକ ସେଣ୍ଟ୍ରାଲ ରେଡ଼ କ୍ରସ ବ୍ଲଡ଼ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିରରୁ ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Leave A Reply

Your email address will not be published.