ଲ୍ୟାଣ୍ଡମାଇନ ବିସ୍ଫରଣ,୨ଆହତ

0 174

ମାଲକାନଗିରି,୫/୮୯ଏସଏସନିୟୁଜ) ଆଜି ସକାଳେ ଏକ ଯାତ୍ରୀବାହୀ ବଲେରୋଟି ବସ୍ତର ଜିଲ୍ଲାର ମାଲବାଲୀ ଥାନା ଅନ୍ତର୍ଗତ ବୋଡଲି ନିକଟରେ ତେଲେଙ୍ଗାନା ଯିବା ସମୟରେ ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧନସିଂ ସିଲଦାର ଓ ରୁପିଲାଲ କୁରାପ ନାମକ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏମାନେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଖବରପାଇ ଦନ୍ତେଓ୍ଵାଡ଼ା ଏସପି ଅଭିଷେକ ପଲ୍ଲବ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦନ୍ତେଓ୍ଵାଡ଼ା ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ।

Leave A Reply

Your email address will not be published.