ବାରଙ୍ଗ,୫/୮(ଏସଏସନିୟୁଜ)ସୀମା ବିବାଦ ଯୋଗୁ ବଳିପଡିଛି ଏକ ଅଜଣା ମୃତଦେହ ।ମୃତଦେହ ପଡିଥିବା ସ୍ଥାନକୁ ବାରଙ୍ଗଥାନା ଓ ନନ୍ଦନକାନନ ଥାନା ତାଙ୍କ ସିମାରେ ନୁହେଁ ବୋଲି କହିବାପରେ ସନ୍ଧ୍ୟା ୫ଟାରୁ ମୃତଦେହଟି ପଡିରହିବାପରେ ୩ଘଂଟା ପରେ ପୋଲିସ ଉଦ୍ଧାର କରିଥିଲା ।
ବାରଙ୍ଗ ରେଳ ଷ୍ଟେସନ ଅପର ପାର୍ଶ୍ଵ ଦାଢ଼ା ପଞ୍ଚାୟତ ୧ ନମ୍ୱର ୱାର୍ଡର ରେଳ ଲାଇନ କଡ଼ରେ ଥିବା ଏକ ହ୍ରଦପାଖରେ ଚିକ୍ତାର ଶୁଣି ସେହିରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଯାଉଥିବା ସ୍ଥାନୀୟ ଗ୍ରାମର କିଛି ଯୁବକ ଦ୍ରହପାଖକୁ ଯାଇ ପାଣି ଭିତରୁ ଯୁବକକୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ ।ଏହାସହ ୧୦୮ଆମ୍ବୁଲାନ୍ସ ସହ ବାରଙ୍ଗଥାନାକୁ ଖବର ଦେଇଥିଲେ ।ପୋଲସି ଆସିବାପୁର୍ବରୁ ଉଦ୍ଧାର ବ୍ୟକ୍ତି ଜଣଙ୍କ ମୃତ୍ୟୁବରଣ କରିଦେଇଥିଲେ ।ଏହାପରେ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବାକୁ ପ୍ରଥମେ ବାରଙ୍ଗଥାନା ଓ ପରେ ନନ୍ଦନକାନନ ଥାନା ମନାକଲା ।ମୃତଦେହ ପଡିଥିବା ସ୍ଥାନର ସୀମାକୁ ନଇେ ଉଭୟଥାନା ମଧ୍ୟରେ ବିବାଦ ଦେଖାଦେବାପରେ ୩ଘଂଟା ପର୍ଯ୍ୟନ୍ତ ମୃତଦେହଟି ରାସ୍ତାଉପରେ ପଡିରହିଥିଲା ।ପରେ ନନ୍ଦନକାନନ ଥାନାପୋଲିସ ମୃତଦେହକୁ ଜବତ କରିବାପରେ ତା ପାଖରୁ ଏକ ହାତଲେଖା ମିଳିଥିଲା ଏହି ଆଧାରରେ ମୃତକ ଚନ୍ଦକା ସିମିଳିପାଟଣାର ବୋଲି ପୋଲସି ଜାଣିବାକୁ ପାଇଥିବାର ଜଣାପଡିଛି ।
Prev Post
Next Post