ଏସଟିଏଫ୍ ପଞ୍ଝାରେ ଦୁଇ ଚୋରାଚାଲାଣକାରୀ

0 145

ମୟୂରଭଞ୍ଜ , ୬/୧(ଏସଏସନିୟୁଜ) ବେତନଟୀ ବନବିଭାଗ ଏବଂ ସ୍ପେଶାଲ ଟାସ୍କଫୋର୍ସର ଏକ ଟିମ ୫ତାରିଖ ରାତିରେ ଚଢ଼ାଉ କରି ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ରାଗ୍ଧା କଲେଜ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବାସହ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ଖୁଣ୍ଟା ଥାନା ଅଧୀନ କୁଆମରା ଗ୍ରାମର ପ୍ରଶାନ୍ତ ମହାନ୍ତି ଏବଂ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଗୋରା ବିନ୍ଧାଣି।ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ ଏବଂ ବେତନଟୀ ରେଞ୍ଜର ଏକ ଟିମ ସଦଳବଳେ ଚଢ଼ାଉ କରି ସେମାନଙ୍କ ନିକଟରୁ ଦୁଇଟି ଭିନ୍ନ ଆକାରର କଲରାପତରିଆ ବାଘଛାଲ ଜବତ କରିଥିଲେ ।

Leave A Reply

Your email address will not be published.