ସ୍ତ୍ରୀ ଓ ୨ ଶିଶୁ କନ୍ୟାଙ୍କୁ ହତ୍ୟା କରିବାର ଦିନକ ପରେ ସ୍ୱାମୀର ମୃତଦେହ ଉଦ୍ଧାର

0 232

ବ୍ରଜରାଜନଗର,୨୩/୯(ଏସଏସନିୟୁଜ) ଗତକାଲିସ୍ତ୍ରୀ ଓ ଦୁଇ ଶିଶୁ କନ୍ୟାଙ୍କୁ ହତ୍ୟା କରିବାର ଦିନକ ପରେ ସ୍ୱାମୀର ମୃତଦେହ କୂଅ ଉଦ୍ଧାର ହୋଇଛି ।ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡ଼ାରେ ଘଟିଛି । ଘରଭିତରେ ଶୋଇଥିବା ଅବସ୍ଥାରେ ସୋନି ପୋଦାର ସହିତ ଦୁଇ ଶିଶୁ କନ୍ୟା ରାଧିକା ଓ ମୁସକାନଙ୍କ ମୃତଦେହକୁ ପୁଲିସ ଜବତ କରିଥିବାବେଳେ ସ୍ୱାମୀ ନାରାୟଣ ପୋଦାର ଫେରାର ହୋଇଯାଇଥିଲେ ।ଯାହାଫଳରେ ଏହି ହତ୍ୟାକାଣ୍ଡରେ ନାରାୟଣର ସମ୍ପୃକ୍ତିଥିବାର ପୋଲିସ ସନ୍ଦେହ କରିବାସହ ଖୋଜାଖୋଜି କରି ନିରାଶ ହୋଇଥିଲେ । ସମ୍ପର୍କୀୟମାନେ ଗତକାଲି ସନ୍ଧ୍ୟାରେ ୩ମୃତଦେହର ସଂସ୍କାର କରି ଫେରିଥିଲେ ।ଆଜି ସକାଳେ ଘର ସମ୍ମୁଖରେ ଥିବା କୂଅରେ ନାରାୟଣର ମୃତ ଶରୀର ଭାସୁଥିବାର ଦେଖିକୂଅ ନିକଟକୁ ଧୋଇବାକୁ ଯାଇଥିବା ପୁତୁରା ବୋହୁ କମଳା ପୋଦାର ଦେଖିବାକୁ ପାଇ ବେହୋସ ହୋଇଯାଇଥିଲେ ।ଖବରପାଇ ପୋଲିସ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ଅଗ୍ନିଶମ ବିଭଗ କର୍ମଚାରୀମାନେ କୂଅଭିତରୁ ନାରାୟଣର ମୃତ ଶରୀରକୁ ଉଦ୍ଧାର କରିବାପରେ ମୃତଦେହକୁ ପୋଲିସ ବ୍ୟବଛେଦପାଇଁ ପଠାଇଛି ।ତେବେ ଶବ ବ୍ୟବଛେଦ ରିପୋଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି।

 

 

Leave A Reply

Your email address will not be published.