ସ୍ତ୍ରୀର କଟାମୁଣ୍ଡ ଧରି ଚାଲିଲା ପିଶାଚସ୍ୱାମୀ

0 310

ଢେଙ୍କାନାଳ,୧୫/୭(ଏସ ଏସ ନିଉଜ)ସ୍ତ୍ରୀର ମୁଣ୍ଡ କାଟିବା ପରେ ସେହି କଟା ମୁଣ୍ଡକୁ ଧରି ୧୨ କିମି ଚାଲିଲା ସ୍ଵାମୀ ।କହିଲେ ପରକୀୟା ପ୍ରୀତି ଯୋଗୁଁ “ପରିସ୍ଥିତି ମୋତେ ବାଧ୍ୟ କଲା ନହେଲେ ମୁଁ ହାଣିବା ଲୋକ ନୁହେଁ ।ଆଉ କଣ କରିଥାନ୍ତା ଆଜ୍ଞା, ସ୍ତ୍ରୀର ପରକୀୟା ପ୍ରୀତି ଓ ମୋ ପୁଅ-ବୋହୂଙ୍କର ଅତ୍ୟାଚାର ମୋତେ ଏମିତି କରିବା ପାଇଁ ବାଧ୍ୟ କଲା । ମୁଁ ମୂଲ ଲାଗି ଗୋଟିଏ ପୁଅକୁ ଆର୍ମିରେ ଆଉ ଗୋଟିଏ ପୁଅକୁ କମ୍ପାନୀରେ ଚାକିରି କରେଇଥିଲି ।ଏହି ଜଘନ୍ୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ ।ପିଶାଚ ସ୍ୱାମୀ ନାକଫୋଡି ମାଝୀ ସ୍ତ୍ରୀ ର କଟାମୁଣ୍ଡ ଧରି ଆଜି ବଢି ଭୋର ସମୟରେ ଆସୁଥିବାବେଳେ ସ୍ଥାନୀୟ ଲୋକ ଧରି ଥାନାକୁ ଖବର ଦେବାପରେ ପୋଲିସ ଆସି କଟାମୁଣ୍ଡ କୁ ଜବତ କରି ନାକଫୋଡିକୁ ଗିରଫ କରିଥିଲା ।

Leave A Reply

Your email address will not be published.