ଶୁଭାରମ୍ଭ କଲେ ନବୀନ

0 71

ଭୁବନେଶ୍ୱର,୨ା୧୦(ଏସଏସନିଉଜ) ବିଜେଡ଼ିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହିଅବସରରେ ବିରୋଧୀଙ୍କୁ ଟାର୍ଗେଟ
କରିବାକୁ ଭୁଲିନାହାନ୍ତି ନବୀନ ।ସେକହିଛନ୍ତି ବିରୋଧୀ ବିକାଶ ବିରୋଧୀ ଓ ଜନବିରୋଧୀ ।ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାନ୍ତିା ଲୋକଙ୍କୁ ଭୁଲ୍ ଖବରଦେବା , ଭ୍ରମିତକରିବା ସେମାନଙ୍କ କାମ ହୋଇଛି।ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି ।ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି ।ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରକାର୍ଯ୍ୟରେ ବି ବାଧା ଦେବାକୁ ଚେଷ୍ଟା କରିଥିଲେ।ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।ଅନ୍ୟପଟେ ସାଲେପୁର ବିଜେଡି ପଦଯାତ୍ରା ବେଳେ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛନ୍ତି ।ବିଧାୟକଙ୍କ ସମର୍ଥକଙ୍କ ସହ ଅନ୍ୟ ଏକ ଗୋଷ୍ଠୀର ଠେଲାପେଲା ହୋଇଥିବାର ଜଣାପଡିଛି ।ଯାହାଫଳରେ ଅଧାରେ ଅଟକିଯାଇଥିଲା ପଦଯାତ୍ରା । ଘଟଣାସ୍ଥଳରେ ପୋଲିସଫୋର୍ସ ମୁତୟନ ରହି ପରିସ୍ଥିତି ଉପରେ ତିକ୍ଷଣଦୃଷ୍ଟି ରଖିଥିବାର ଜଣାପଡିଛି ।

Leave A Reply

Your email address will not be published.