ସୁନା ଖଣି ନେଲା ୩୮ ଶ୍ରମିକଙ୍କ ଜୀବନ

0 234

ଭୁବନେଶ୍ୱର,୩୦/୧୨(ଏସଏସନିୟୁଜ) ସୁଦାନର ପଶ୍ଚିମ କୋର୍ଡୋଫାନ୍ ଅଞ୍ଚଳରେ ଫୁଜ୍ ନାମକ ଗାଁରେ ଥିବା ସୁନା ଖଣିରେ କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ୩୮ ଶ୍ରମିକଙ୍କ ଜୀବନ ଚାଲିଯାଇଛି ।ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏକ ସରକାରୀ କମ୍ପାନୀ ଦ୍ୱାରା ପରିଚାଳିତ ସୁନା ଖଣିଟି ବନ୍ଦ ପଡ଼ିଥିଲା ।ଏହାସତ୍ୱେ ଏହା ଭିତରେ କାର୍ଯ୍ୟ ହେଉଥିବାବେଳେ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ ଚାପି ହୋଇ ୩୮ଜଣ ଶ୍ରମିକଙ୍କ ଜୀବନ ଚାଲି ଯାଇଛି । ଉଦ୍ଧାରକାରୀ ଦଳ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବିନା ଅନୁମତିରେ ଏହା ଭିତରେ କିପରି କାର୍ଯ୍ୟ କରାଯାଉଥିବା ତାହାର ତଦନ୍ତ ନିର୍ଦ୍ଦେଶ ପାଇଁ ସୁଦାନ ସରକାରଙ୍କ ପକ୍ଷରୁ ଦିଆଯାଇଛି ।

Leave A Reply

Your email address will not be published.