ଆଜିର ଅନୁଚିନ୍ତା

0 253

🦋ରକ୍ତ ର ସମ୍ପର୍କ ଅପେକ୍ଷା ହୃଦୟର ସମ୍ପର୍କ ସବୁଠାରୁ ଶ୍ରେଷ୍ଠ ।କାହିଁକି ଜାଣନ୍ତି ? ବେଳେ ବେଳେ ବୟସର ଅପରାହ୍ନରେ ରକ୍ତ ର ସମ୍ପର୍କ ଧୋକା ଦେଇଥାଏ କିନ୍ତୁ ହୃଦୟର ସମ୍ପର୍କ ମଲା ପର୍ଯ୍ୟନ୍ତ ସମ୍ପର୍କରେ ରହିଥାଏ ।
🦋ଆପଣ ଯାହା ବିଶ୍ୱାଶ କରନ୍ତି ସେଥିରେ ମନ ପ୍ରାଣ ଦେଇ କାର୍ଯ୍ୟ କରନ୍ତୁ । ଫଳାଫଳ ନିଶ୍ଚୟ ଆଶ୍ଚର୍ଯ୍ୟଜନକ ହେବ ।
🦋ଯେଉଁଠାରେ ଦୟା,ଧର୍ମ,ଲୋଭ ଆଉ କ୍ରୋଧ ରହିଛି ସେହିଠାରେ କ୍ରୋଧ ଆଉ ଲୋଭର ବିନାଶ କରିବାକୁ ଏବଂ ଦୟା ଧର୍ମର ସୁରକ୍ଷା ଦେବାକୁ ଯୁଗେଯୁଗେ ଭଗବାନ ରହିଛନ୍ତି ।
🦋ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ ।
🦋ଯେତେବେଳେ ସମ୍ପର୍କରେ ସ୍ବାର୍ଥ ହାସଲ ହୋଇଯାଏ, ସେତେବେଳେ ଛାଡ଼ି ଚାଲିଯିବାର ଗୋଟେ ନୂଆ ବାହାନା ସୃଷ୍ଟି ହୋଇଥାଏ, ଯାହାର କି ନାମ ହେଉଛି ପରିସ୍ଥିତି” ।
🦋ଭଲ ସମୟ ଦୁନିଆଁ କୁ ଜଣେଇ ଦିଏ ଯେ ତୁମେ କଣ, ଆଉ ଖରାପ ସମୟ ତୁମକୁ ଜଣେଇ ଦିଏ ଯେ ଦୁନିଆଁ କଣ ବୋଲି ।
🦋ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା “ବିଶ୍ବାସ” ।ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ। ହରେଇବା ପାଇଁ ଗୋଟାଏ ମୂହୂର୍ତ୍ତ ଲାଗିଥାଏ ।
📝ପ୍ରେମରେ ନ ଥାଏ ଛୁଆଁ କି ଅଛୁଆଁ ନ ଥାଏ ଆପଣ ପର ବାତ୍ସଲ୍ୟ ପ୍ରେମରେ ଯଶୋଦା ବାନ୍ଧିଲା କଳା କହ୍ନେଇ କୁ ତାର ।
📝ଦାୟିତ୍ବ ଓ ବୟସ ସହିତ କିଛି ସମ୍ପର୍କ ନଥାଏ ବନ୍ଧୁ,,,,,,ପରିସ୍ଥିତି ହିଁ ଦାୟିତ୍ବ ସମ୍ଭାଳିବା ପାଇଁ ଶିଖାଇ ଦିଏ,,,,,।
📝ଲୋଭ ମଣିଷକୁ ବହୁତ ତଳକୁ ନେଇଯାଏ,,,,,ଆଉ ଅଭାବ ମଣିଷକୁ ବହୁତ କିଛି ଶିଖାଇ ଦିଏ ।
📝କିଛି Relation ତ ପ୍ରଜାପତିର ଡେଣା ସଦୃଶ , ଅତି ଜାବୁଡି ଧରିଲେ ଛିଣ୍ଡିବାଟା Sure,,,,,।
ଓଁ ମା ମହାଲକ୍ଷ୍ମୀ ନମଃ,ଶୁଭ ସକାଳ,ଆଜି ଗୁରୁବାର ସଫଳା ଏକାଦଶୀ ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା,,।

Leave A Reply

Your email address will not be published.