ସୁରକ୍ଷା ଭତ୍ତା ଦିଅ ନଚେତ ଆନ୍ଦୋଳନ : ନବନିର୍ମାଣ କୃଷକ ସଂଗଠନ

0 156

ଭୁବନେଶ୍ୱର, ୮/୭(ଏସଏସନିୟୁଜ)କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର । କରୋନା କିଛି ଲୋକଙ୍କ ଜୀବନନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି । ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲାଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି । ଯଦି ଲକଡ଼ାଉନ ଓ ସଟଡାଉନ ଏକମାତ୍ର ବିକଳ୍ପ, ତେବେଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି ? ଜର୍ମାନ, ଆମେରିକା ଭଳି ଦେଶରେଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି । ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ବ ଶେଷ କରିଦେଉଛନ୍ତି । ଗତ ଦେଢବର୍ଷରୁଉର୍ଦ୍ଧ କରୋନା କାଳରେ ସେଲୁନ, ଚା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବାଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି । ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧିଦେଇଥିଲା ବେଳେ ନିତ୍ୟ ବ୍ୟବହାର‌୍ୟ୍ୟ ଜିନିଷର ଦର ଦୁଇଗୁଣା ବଢ଼ିଛି । ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ଡ଼ାଲିସବୁର ଅହେତୁକ ଦର ବୃଦ୍ଧି ଘଟିଛି । ଫଳରେ ଚାଷକ୍ଷେତ୍ର ଅଧୁକ କ୍ଷତିଗ୍ରସ୍ତ ହୋଇଛି । କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା ।ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ । ସେଲୁନ, ଚା, ରେଡ଼ିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ । ଏ ନେଇ ସରକାର କେତେ ଆର୍ଥକ ସମୀକ୍ଷା କରୁଛନ୍ତି । ଆଜି ଲୋୟର ପିଏମଜିରେ ଚାଷୀସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁଭାଷଣ ଦେଇ ଏ ବକ୍ତବ୍ୟ ରଖୁଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେକହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ । ହେଲେ ଏଠି ହାତଗଣତି କର୍ମଚାରୀଙ୍କ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.