ୟୁଥ ଫୋର ଆକ୍ସନର କାର୍ଯ୍ୟକାରିଣୀ କମିଟି ଘୋଷଣା

0 147

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ଯୁବଶକ୍ତିକୁ ଅଧିକ ସଂଗଠିତ କରି ସକାରାତ୍ମକ ମାର୍ଗରେ ଆଗେଇନେବାକୁ ସ୍ୱାମୀ ବିବେକାନନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ଏବଂ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ୧୨ ଜାନୁୟାରୀ ୨୦୨୦ ରେ ଯୁଥ ଫର୍ ଆକ୍ସନ ( ୟୁଥ ଫୋର ଆକ୍ସନ ) ସଂଗଠନର ଆରମ୍ଭ ହୋଇଥିଲା । ଏହି ଅଣରାଜନୈତିକ ଯୁବ ସଂଗଠନ ସମିତି ପଞ୍ଜିକରଣ ଅଧିନିୟମ ୧୮୬୦ ଦ୍ଵାରା ପଞ୍ଜିକୃତ ଅଟେ ଓ ବିଗତ ୧୨ ମାସ ମଧ୍ୟରେ ୟୁଥ ଫର୍ ଆକ୍ସନ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ପ୍ରୀୟଭାଜନ ହୋଇପାରିଛି । ଗତ ଏକ ବର୍ଷ ଧରି ଏହି ସଂଗଠନ ର ସଦସ୍ୟ ମାନେ ବିଭିନ୍ନ ଉନ୍ନତି ମୂଳକ କାର‌୍ୟ୍ୟ ସହ ସାମାଜିକ କାମ ଜାରିରଖିଛନ୍ତି । କରୋନା ମହାମାରୀ ସମୟ ରେ ଏହି ସଂଗଠନ ତରଫରୁ ଗରିବ ଅସହାୟ ଲୋକ ମାନଙ୍କୁ ରାସନ୍ ସାମର୍ଗ୍ରି , ରନ୍ଧା ଖାଦ୍ୟ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଅନେକ ସାମାଜିକ କଲ୍ୟାଣ କାର‌୍ୟ୍ୟକ୍ରମ ଯଥା ଜଳ ଛତ୍ର, ସ୍ବାସ୍ଥ୍ୟ ଶିବିର ,ଫିଟ ଇଣ୍ଡିଆ ଅଭିଯାନ , ରକ୍ତ ଦାନ ଶିବିର , ବୃକ୍ଷ ରୋପଣ, ପଶୁ ସେବା, ନେତୃତ୍ବ ଅନ୍ୱେଷଣ , ସ୍ୱଚ୍ଛ ଭାରତ ଅଭିଯାନ ,ମହାପୁରୁଷ ଙ୍କ ମୂର୍ତ୍ତି ସଫେଇ କାର‌୍ୟ୍ୟକ୍ରମ ଇତ୍ୟାଦି କରି ଲୋକ ମାନଙ୍କ ପ୍ରୀୟବଭାଜନ ହୋଇପାରିଛି ।ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ୟୁଥ ଫୋର ଆକ୍ସନ ର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ଏବଂ ରାଜ୍ୟ ସହ ସଂଯୋଜକ ସୁଜୀତ ସିଂ ଉପସ୍ଥିତି ରେ ୟୁଥ ଫୋର ଆକ୍ସନ ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଘୋଷଣା କରିଅଛି । ଦେବାଶିଷ ନାୟକ -ରାଜ୍ୟ ସଂଯୋଜକ, ସୁଜିତ ସିଂ -ରାଜ୍ୟ ସହ ସଂଯୋଜକ, ଉପ ସଭାପତି -ନବ କିଶୋର ପାଣିଗ୍ରାହ. ଅମ୍ଲାନ ସରଙ୍ଗୀ, ରାକେଶ ଜେନା. ସୁରଜ କୁମାର ବେହେରା, ଦିପକ ମଲିକ, ରବୀନ୍ଦ୍ର ମହାପାତ୍ର, ଭବାନୀ ପ୍ରସାଦ ଦାସ ମହାପାତ୍ର. ନିର୍ମଳ ପଣ୍ଡା , ସମ୍ପାଦକ- ରବୀନ୍ଦ୍ର ସ୍ୱାଇଁ, ଦୁଷ୍ମନ୍ତ ପରିଜା, ମୁକେଶ ଅଗ୍ରୱାଲ, ସୁଧୀର କୁମାର ବ୍ରହ୍ମ , ବି କୃଷ୍ଣ ଚନ୍ଦ୍ର ପାତ୍ର , ପ୍ରଣୟ କରଣ , ନିରାକାର ସ୍ୱାଇଁ , ଅସୀମ କର , କୋଷାଧକ୍ଷ- ଆଶିଷ କୁମାର ପାତ୍ର , ସାମାଜିକ ଗଣମାଧ୍ୟମ ସଂଯୋଜକ – ଦେବାଶିଷ ଚମ୍ପତିରାୟ ଓ ସତ୍ୟମ ବାରିକ, ଛାତ୍ର ସଂଯୋଜକ- ସମରେଶ ପାଇକରାୟ ଓ ରିତେଶ ବାରିକ,ଗୋସେବା ସଂଯୋଜକ- ଆଶିଷ କୁମାର ପାତ୍ର ,ସେବା ସଂଯୋଜକ -ସୌରଭ କୁମାର କର. ଗଣମାଧ୍ୟମ ସଂଯୋଜକ- ବିମଳ କୁମାର ରାଉଳ ,ଗଣମାଧ୍ୟମ ସହ- ସଂଯୋଜକ- ଚିନ୍ମୟ ବିଶ୍ୱାଳଙ୍କ ନାମକୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.