ସ୍ୱାଧୀନତା ଦିବସରେ ୪ ଜିଲ୍ଲାରେ କୋହଳ ହେବ ଶଟଡାଉନ କଟକଣା

0 235

ଭୁବନେଶ୍ୱର ୧୩/୮(ଏସ୍‌.ଏସ୍‌.ନିୟୁଜ) ରାଜ୍ୟର ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ସ୍ୱାଧୀନତା ଦିବସ ପାଇଁ ସପ୍ତାହନ୍ତ ଶଟଡାଉନ କଟକଣାକୁ କୋହଳ କରାଯାଇଛି। ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମରେ ସ୍ୱାଧୀନତା ଦିବସରେ କିଛି ଘଣ୍ଟା ପାଇଁ ଶଟଡାଉନ କଟକଣା କୋହଳ ରହିବ।ସ୍ୱାଧୀନତା ଦିବସ ପାଳନ ବେଳେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ଏଥିସହ ଠିକ୍ ଭାବେ ସାନିଟାଇଜେସନ, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ କରାଯାଇଛି।ଜାତୀୟ ପତାକା ଉତ୍ତୋଳନ ପାଇଁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି କଟକଣା କୋହଳ କରାଯିବ। ସେହିପରି ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ଲାଗି ନିର୍ଦ୍ଦେଶ ରହିଥିବା ନେଇ ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

 

Leave A Reply

Your email address will not be published.