ଜଟଣୀ,୨।୧(ଏସଏସନିଉଜ)ଜଟଣୀଥାନା ପୁଲିସ ରଘୁନାଥ ଆଚାର୍ଯ୍ୟଙ୍କ ଅଭିଯୋଗ କ୍ରମେ କେସ ନମ୍ୱର୩୫୬/୨୪ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତବକ ଯୌତୁକ ସହିତ ଗୃହପୋକରଣ ସାମଗ୍ରୀ ସବୁ ଅଭିଯୁକ୍ତଙ୍କ ପରିବାରକୁ ଦିଆଯାଇଥିଲା । ବିବାହର କିଛି ଦିନ ପରେ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ନିୟମିତଭାବେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ତା.୦୯.୦୯.୨୦୨୪ ରିଖ ରାତିରେ ସ୍ବାମୀ ଜଣକ ନିଜ କର୍ତ୍ତବ୍ୟସ୍ଥଳକୁ ଚାଲିଯିବା ପରେ ପତ୍ନୀ ରାତ୍ର ଭୋଜନ ସାରି ଶୋଇବାକୁ ଯାଇଥିଲେ ଏବଂ ରାତିରେ ସ୍ବାମୀଙ୍କ ସହିତ ଫୋନରେ କିଛି ସମୟ ପାଇଁ କଥା ହୋଇଥିଲେ । ତା ପରଦିନ ସକାଳେ ବୋହୁ ନିଜ ବେଡ଼ରୁମର କବାଟ ନଖୋଲିବାରୁ ସ୍ଥାନୀୟ କିଛି ଭାଦ୍ରଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗିବାପରେ ବୋହୁ ଫ୍ଯାନ ଝୁଲି ଆତ୍ମହତ୍ୟା କରିଥିବା ନେଇ ଶଶୁର ଦେଖିବାକୁ ପାଇଥିଲେ ।ପରେ ସେ ବୋହୁଙ୍କ ବାପଘର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।ଘଟଣା ସମ୍ପର୍କରେ ଅବଗତ ହେବାପରେ ରଘୁନାଥ ଜ୍ଵାଇଁ ତଥା ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ ଏହି ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ଵାମୀଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ସ୍ବାମୀ ନିଜର ଅପରାଧ ସ୍ଵୀକାର କରିଥିଲେ ।
Prev Post
Next Post
