ସ୍ୱାମୀ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଧରିଲେ ସ୍ତ୍ରୀ ,ତାପରେ..

0 433

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ସ୍ୱା୍ମୀ ଅନ୍ୟଜଣେ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଖବରପାଇ ଆସି ଧରିଲେ ସ୍ତ୍ରୀ ,ତାପରେ କଣ ହେଲା ଜାଣନ୍ତୁ ।ଏହି ଘଟଣାଟି ମଧ୍ୟପ୍ରଦେଶର ଅଗରମଲୱା ଜିଲ୍କାର ନାଗଡା ଜଙ୍କସନରେ ଏକ ଘର ବାହାରେ ଉତ୍ତେଜନା ଦେଖାଦେଇଥିଲା । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଦ୍ୱିତୀୟ ମହିଳାଙ୍କ ସହିତ କୋଠରୀରେ ଥିବାବେଳେ ଧରିଥିଲେ । ସ୍ୱାମୀଙ୍କର କାରନାମା ବିଷୟରେ ସ୍ତ୍ରୀ କୈାଣସି ସୁତ୍ରରୁ ଖବରପାଇ ସାମ୍ବାଦିକ ଓ ପୋଲିସକୁ ସାଙ୍ଗରେ ଧରି ଘର ଆଗରେ ପହଁଚି କବାଟ ବାଡେଇଥିଲେ । ଘର ଖୋଲିବାପରେ ସମସ୍ତେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ବନ୍ଦ ଘରୁ ମହିଳାଙ୍କ ସ୍ୱାମୀ ଏବଂ ଅନ୍ୟ ଜଣେ ମହିଳା ବାହାରକୁ ଆସିବା ମାତ୍ରେ ପତ୍ନୀ କ୍ରୋଧିତ ହୋଇ ସ୍ୱାମୀଙ୍କୁ ବାଡିରେ ପିଟିବା ଆରମ୍ଭ କଲେ।ଏହି ଦୃଶ୍ୟକୁ ଦେଖଣାହାରୀମାନେ ମୋବାଇଲରେ ସୁଟିଂ କରୁଥିବାବେଳେ ପୋଲିସ ସମ୍ମୁଖରେ ସ୍ତ୍ରୀଙ୍କର ରଣହୁଙ୍କାର ନାଟକ କିଛି ସମୟପାଇଁ ଚାଲିଥିଲା ।ପରେ ପୋଲିସ ବୁଝାସୁଜା କରି ସମସ୍ତଙ୍କୁ ଥାନାକୁ ନେଇଥିବାର ଜଣାପଡିଛି ।

Leave A Reply

Your email address will not be published.