କେତେ ଟଙ୍କା ଦେଲେ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି ଟିକା ?

0 226

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରୁଷର କୋଭିଡ ଟିକା ସ୍ଫୁଟନିକ୍‌-ଭି ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ ଘୋଷଣା କରିଛି ଯେ ଜୁନ୍ ମାସର ଦ୍ୱିତୀୟ ସପ୍ତାହରୁ ଭାରତରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଲୋକେ ନେଇପାରିବେ ସ୍ପୁଟନିକ-ଭି ଟିକା । ଏହାର ଆନୁମାନିକ ମୂଲ୍ୟ ରହିଛି ୧,୧୯୫ ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆପୋଲୋ ଗ୍ରୁପ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଟିକା ପାଇଁ ଆମେ ଟିକା ପାଇଁ ୯୯୫ଟଙ୍କା ନେବୁ ଏବଂ ୨୦୦ଟଙ୍କା ପ୍ରଶାସନିକ ଦେୟ ହେବ । ମେ’ ୨୪ରେ ଭାରତରେ ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ସହ ମିଶି ଘରୋଇ କମ୍ପାନି ପାନାସିଆ ବାୟୋଟେକ୍ ଭାରତରେ ସ୍ପୁଟ୍ନିକ୍ ଭି କରୋନା ଟିକା ଉତ୍ପାଦନ ଆରମ୍ଭ ହୋଇଛି ।

Leave A Reply

Your email address will not be published.